ବସରୁ ମୋବାଇଲ୍ ଲୁଟୁ ଥିଲେ, ଧରାପଡିଲେ

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ବସ୍‌ରୁ ଯାତ୍ରୀଙ୍କଠାରୁ ଲୁଟ୍‌ କରୁଥିଲା ମୋବାଇଲ୍। ଆଉ ତାକୁ ବ୍ରକ୍ରି କରି ମାଲାମାଲ୍‌ ହେଉଥିଲେ। ଆଜି ଏପରି ଦୁଇ ଜଣ ମାଲାମାଲ୍‌ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ। ସହିଦ ନଗର ଥାନା ପୁଲିସ୍‌ ସେମାନଙ୍କୁ ଗିରଫ କରିଥିବା ବେଳେ ୧୦୨ଟି ମୋବାଇଲ୍‌ ଜବତ କରିଛି। ଉଭୟଙ୍କ ଘର ଅନୁଗୋଳ ଜିଲ୍ଲାର ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ […]

mobile

Tapaswini Nayak
  • Published: Monday, 07 December 2020
  • , Updated: 07 December 2020, 10:52 PM IST

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ବସ୍‌ରୁ ଯାତ୍ରୀଙ୍କଠାରୁ ଲୁଟ୍‌ କରୁଥିଲା ମୋବାଇଲ୍। ଆଉ ତାକୁ ବ୍ରକ୍ରି କରି ମାଲାମାଲ୍‌ ହେଉଥିଲେ। ଆଜି ଏପରି ଦୁଇ ଜଣ ମାଲାମାଲ୍‌ ମୋବାଇଲ୍ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ। ସହିଦ ନଗର ଥାନା ପୁଲିସ୍‌ ସେମାନଙ୍କୁ ଗିରଫ କରିଥିବା ବେଳେ ୧୦୨ଟି ମୋବାଇଲ୍‌ ଜବତ କରିଛି। ଉଭୟଙ୍କ ଘର ଅନୁଗୋଳ ଜିଲ୍ଲାର ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

କିଛିଦିନ ତଳେ ରାଉରକେଲା ଯାଉଥିବା ଏକ ବସ୍‌ରୁ ମୋବାଇଲ୍‌ ଲୁଟ୍ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଚୋରି ମୋବାଇଲକୁ  ୮୨ ଜଣଙ୍କୁ ବିକ୍ରି କରିଥିବା ପୁଲିସ କହିଛି। ତେବେ ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

Related story