ରାଜ୍ୟରେ ହେବ ଆଉ ୨ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ଟି ଜାଗାରେ ହେବ ପ୍ଲାଜମା ବ୍ୟାଙ୍କ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏହି ପ୍ଲାଜମା ବ୍ୟାଙ୍କ କରାଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ‘କରୋନା’ ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ସେ ଅପିଲ କରିଛନ୍ତି। ସେ କହିଛନ୍ତି-“ପ୍ଲାଜମା ଦାନ କରିବାକୁ ଆସୁଥିବା ଲୋକଙ୍କ ଖର୍ଚ୍ଚ ବହନ କରିବେ ସରକାର। କଟକରେ ରହଣୀ ବ୍ୟବସ୍ଥା ସହ ଯାବତୀୟ ଖର୍ଚ୍ଚ ବହନ […]

plasma

plasma

Manoranjan Sial
  • Published: Thursday, 23 July 2020
  • Updated: 23 July 2020, 05:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ଟି ଜାଗାରେ ହେବ ପ୍ଲାଜମା ବ୍ୟାଙ୍କ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏହି ପ୍ଲାଜମା ବ୍ୟାଙ୍କ କରାଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

‘କରୋନା’ ଆରୋଗ୍ୟଙ୍କୁ ପ୍ଲାଜମା ଦାନ କରିବାକୁ ସେ ଅପିଲ କରିଛନ୍ତି। ସେ କହିଛନ୍ତି-“ପ୍ଲାଜମା ଦାନ କରିବାକୁ ଆସୁଥିବା ଲୋକଙ୍କ ଖର୍ଚ୍ଚ ବହନ କରିବେ ସରକାର। କଟକରେ ରହଣୀ ବ୍ୟବସ୍ଥା ସହ ଯାବତୀୟ ଖର୍ଚ୍ଚ ବହନ କରାଯିବ। ପ୍ଲାଜମା ଦାନକାରୀଙ୍କୁ ସରକାରଙ୍କ ପ୍ରଶଂସା ପତ୍ର ମଧ୍ୟ ଦିଆଯିବ।”

ଲୋକଙ୍କୁ ୪ଟି ଅପିଲ୍‌ କରିଛନ୍ତି ସ୍ୱାସ୍ଥ୍ୟ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର। ପ୍ରଥମଟି ହେଲା- ଲକ୍ଷଣ ଲୁଚାନ୍ତୁନି, ଦ୍ୱିତୀୟଟି ହେଲା- ଟେଷ୍ଟିଂ ପାଇଁ ଆସନ୍ତୁ, ତୃତୀୟ ଅପିଲ୍‌ଟି ହେଲା- କରୋନା ଆରୋଗ୍ୟ ପ୍ଲାଜମା ଦାନ କରନ୍ତୁ ଓ ଚତୁର୍ଥଟି ହେଲା - କମ୍ୟୁନିଟିମାନେ କୋଭିଡ କେୟାର ହୋମ କରନ୍ତୁ। ଠିକ୍‌ ଢଙ୍ଗରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ମାନନ୍ତୁ। ବାହାରେ ଛେପ ପକାନ୍ତୁନି ଓ ହାତ ଧୁଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos