ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ପୁଲିସ ସହ ମୁହାଁମୁହିଁ ବେଳେ ୨ ନକ୍ସଲ ନିହତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ। ନକ୍ସଲଙ୍କ ଉପସ୍ଥିତି ସୂଚନା ପାଇ ପୁଲିସ ତୁରନ୍ତ ଅପରେସନ ଆରମ୍ଭ କରିଥିଲା। ଓଡ଼ିଶା ପୁଲିସର ଏସ୍‌ଓଜି ଓ ଡିଭିଏଫ୍‌ ମିଳିତ ଭାବେ ଅପରେସନ କରିଥିଲା। ନକ୍ସଲମାନେ ଏହା ଦେଖିପାରି ଯବାନଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଏହାର ଜବାବରେ ଯବାନମାନେ ମଧ୍ୟ […]

_naxals--1

Manoranjan Sial
  • Published: Thursday, 23 July 2020
  • , Updated: 23 July 2020, 10:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ନକ୍ସଲ ମୃତ। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳରେ ପୁଲିସ ସହ ମୁହାଁମୁହିଁ ବେଳେ ୨ ନକ୍ସଲ ନିହତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ।

ନକ୍ସଲଙ୍କ ଉପସ୍ଥିତି ସୂଚନା ପାଇ ପୁଲିସ ତୁରନ୍ତ ଅପରେସନ ଆରମ୍ଭ କରିଥିଲା। ଓଡ଼ିଶା ପୁଲିସର ଏସ୍‌ଓଜି ଓ ଡିଭିଏଫ୍‌ ମିଳିତ ଭାବେ ଅପରେସନ କରିଥିଲା। ନକ୍ସଲମାନେ ଏହା ଦେଖିପାରି ଯବାନଙ୍କ ଉପରକୁ ଗୁଳି ଚଳାଇ ଥିଲେ। ଏହାର ଜବାବରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚଳାଇ ଥିଲେ। ଫଳରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ନକ୍ସଲ ଅଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାଫ ଓ ଗୋଟିଏ କାର୍ବାଇନ ରାଇଫଲ ଜବତ ହୋଇଛି।

ଏହି ଅବସରରେ ନକ୍ସଲଙ୍କୁ ମୁଖ୍ୟ ସ୍ରୋତକୁ ଫେରିବାକୁ ପୁଣି ଥରେ ଅପିଲ୍‌ କରିଛନ୍ତି ଡିଜିପି ଅଭୟ। ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସନ୍ତୁ, ସରକାରଙ୍କ ଭଲ ଥଇଥାନ ଯୋଜନା ରହିଛି ବୋଲି କହିଛନ୍ତି ଡିଜିପି। ପୂର୍ବରୁ ଗତ ୫ ତାରିଖରେ ମଧ୍ୟ କନ୍ଧମାଳର ତୁମୁଡିବନ୍ଧ ଅଂଚଳରେ ୪ କ୍ୟାଡର ନକ୍ସଲଙ୍କୁ ଏନ୍‌କାଉଣ୍ଟର କରିଥିଲା ପୁଲିସ।

Related story