ନନ୍ଦନକାନନରେ ପୁଣି ୨ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନକୁ ଆଜି ଆସିଛନ୍ତି ପୁଣି ଦୁଇ ନୂଆ ଅତିଥି। ଧଳା ବାଘୁଣୀ ବିଜୟା ଜନ୍ମ ଦେଇଛି ୨ ଶାବକ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଧଳା ବାଘୁଣୀ ବିଜୟ ଓ ତା’ର ଦୁଇ ଶାବକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ଗତ ୫ ତାରିଖ ସକାଳେ ବାଘୁଣୀ ସ୍ନେହା ୩ଟି ଶାବକକୁ ଜନ୍ମ ଦେଇଥିଲା।  ସ୍ନେହାର ଏହା ଦ୍ୱିତୀୟ ପ୍ରସବ ଥିଲା। ଏହା ପୂର୍ବରୁ  ସ୍ନେହା ୪ଟି ଭିନ୍ନ ଭିନ୍ନ ରଙ୍ଗର ଛୁଆ ପ୍ରସବ […]

nadankana

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 07:01 PM IST

ଭୁବନେଶ୍ୱର: ନନ୍ଦନକାନନକୁ ଆଜି ଆସିଛନ୍ତି ପୁଣି ଦୁଇ ନୂଆ ଅତିଥି। ଧଳା ବାଘୁଣୀ ବିଜୟା ଜନ୍ମ ଦେଇଛି ୨ ଶାବକ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଧଳା ବାଘୁଣୀ ବିଜୟ ଓ ତା’ର ଦୁଇ ଶାବକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି।

ଗତ ୫ ତାରିଖ ସକାଳେ ବାଘୁଣୀ ସ୍ନେହା ୩ଟି ଶାବକକୁ ଜନ୍ମ ଦେଇଥିଲା।  ସ୍ନେହାର ଏହା ଦ୍ୱିତୀୟ ପ୍ରସବ ଥିଲା। ଏହା ପୂର୍ବରୁ  ସ୍ନେହା ୪ଟି ଭିନ୍ନ ଭିନ୍ନ ରଙ୍ଗର ଛୁଆ ପ୍ରସବ କରିଥିଲା ଯାହା  ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା।

Related story