ଦୁବାଇରେ ଫସି ରହିଛନ୍ତି ଦୁଇ ଓଡ଼ିଆ ଯୁବକ; ସାହାଯ୍ୟ ପାଇଁ ସୋଶାଲ୍‌ ମିଡିଆରେ କଲେ ନିବେଦନ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଦୁବାଇରେ ଦୁଇ ଜଣ ଓଡ଼ିଆ ଯୁବକ ଫସି ରହିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ବଡ଼କୁଟୁଣୀ ଗାଁର ଅଭିମନ୍ୟୁ ପାଟ୍ଟଶାଣି ଓ ବାପୁନି ପ୍ରଧାନ। ଅଭିଯୋଗ ଅନୁସାରେ, ଜୁଲାଇ ୨୦ ତାରିଖରେ ଠିକାଦାର ସୁଶାନ୍ତ ମହାନ୍ତି ଉଭୟ  ଅଭିମନ୍ୟୁ ଓ ବାପୁନିଙ୍କୁ ଚାକିରି କରାଇ ଦେବା ପାଇଁ ଦୁବାଇକୁ ନେଇ ଯାଇଥିଲେ। ହେଲେ ସେଠାରେ ଠିକାଦାର ତାଙ୍କ ପାସପୋର୍ଟ ଜବତ କରି ରଖିବା ସହ ଖାଇବାକୁ ନ ଦେଇ ନିର୍ଯାତନା ଦେଉଛନ୍ତି। ସାହାଯ୍ୟ […]

dubaiii

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 03:03 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଦୁବାଇରେ ଦୁଇ ଜଣ ଓଡ଼ିଆ ଯୁବକ ଫସି ରହିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ବଡ଼କୁଟୁଣୀ ଗାଁର ଅଭିମନ୍ୟୁ ପାଟ୍ଟଶାଣି ଓ ବାପୁନି ପ୍ରଧାନ।

ଅଭିଯୋଗ ଅନୁସାରେ, ଜୁଲାଇ ୨୦ ତାରିଖରେ ଠିକାଦାର ସୁଶାନ୍ତ ମହାନ୍ତି ଉଭୟ  ଅଭିମନ୍ୟୁ ଓ ବାପୁନିଙ୍କୁ ଚାକିରି କରାଇ ଦେବା ପାଇଁ ଦୁବାଇକୁ ନେଇ ଯାଇଥିଲେ। ହେଲେ ସେଠାରେ ଠିକାଦାର ତାଙ୍କ ପାସପୋର୍ଟ ଜବତ କରି ରଖିବା ସହ ଖାଇବାକୁ ନ ଦେଇ ନିର୍ଯାତନା ଦେଉଛନ୍ତି। ସାହାଯ୍ୟ ପାଇଁ ସେମାନେ ସୋଶାଲ୍ ମିଡିଆରେ ନିବେଦନ କରିଛନ୍ତି।

ସେମାନଙ୍କ ପରିବାର ଲୋକେ ମଧ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

 

Related story