ଭୁଲିଗଲେ ପରିବାର, ଦୁଃଖ ଓ ଯନ୍ତ୍ରଣାରେ ମେଡିକାଲ୍‌ରେ ବିତୁଛି ଜୀବନ

ବଲାଙ୍ଗିର(ସସ୍ମିତା ସାହୁ): ନିଜ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ଦେଇ ଯେଉଁ ପିଲାମାନଙ୍କୁ ସମାଜ ଆଗରେ ଛିଡ଼ା କରାଇଥିଲେ ଓ ପରିଚୟ ଦେଇଥିଲେ। ଆଜି ସେହି ପିଲାମାନେ ଭୁଲିଗଲେ ଜନ୍ମଦାତ୍ରୀଙ୍କୁ। ରୋଗ ଭଲ କରିବା ବାହାନାରେ ବୃଦ୍ଧ ବାପା ଓ ମାଆଙ୍କୁ ମେଡିକାଲ୍‌ରେ ଛାଡ଼ି ପଳାଇଗଲେ। ଆଉ ନେଲେ ନାହିଁ। ବର୍ତ୍ତମାନ ସେହି ମେଡ଼ିକାଲ୍‌ ୱାର୍ଡ଼ରେ ବିତୁଛି ସେମାନଙ୍କ ଯନ୍ତ୍ରଣାମୟ ଜୀବନ। କିନ୍ତୁ ଏପରି ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କ ଯତ୍ନ ନେବା ପାଇଁ ଆଗେଇ ଆସିଛନ୍ତି […]

bolangir

Jitendra Garnayak
  • Published: Monday, 15 October 2018
  • , Updated: 15 October 2018, 10:09 AM IST

ବଲାଙ୍ଗିର(ସସ୍ମିତା ସାହୁ): ନିଜ ଜୀବନର ସବୁଠାରୁ ମୂଲ୍ୟବାନ ସମୟ ଦେଇ ଯେଉଁ ପିଲାମାନଙ୍କୁ ସମାଜ ଆଗରେ ଛିଡ଼ା କରାଇଥିଲେ ଓ ପରିଚୟ ଦେଇଥିଲେ। ଆଜି ସେହି ପିଲାମାନେ ଭୁଲିଗଲେ ଜନ୍ମଦାତ୍ରୀଙ୍କୁ। ରୋଗ ଭଲ କରିବା ବାହାନାରେ ବୃଦ୍ଧ ବାପା ଓ ମାଆଙ୍କୁ ମେଡିକାଲ୍‌ରେ ଛାଡ଼ି ପଳାଇଗଲେ। ଆଉ ନେଲେ ନାହିଁ।

ବର୍ତ୍ତମାନ ସେହି ମେଡ଼ିକାଲ୍‌ ୱାର୍ଡ଼ରେ ବିତୁଛି ସେମାନଙ୍କ ଯନ୍ତ୍ରଣାମୟ ଜୀବନ। କିନ୍ତୁ ଏପରି ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କ ଯତ୍ନ ନେବା ପାଇଁ ଆଗେଇ ଆସିଛନ୍ତି କିଛି ଯୁବକ।

ପୂରା ଘଟଣା ଏମିତି। ବଲାଙ୍ଗିର ସନ୍ଥ ଭୀମଭୋଇ ମେଡିକାଲ କଲେଜ ପରିସର ଡାଇରିଆ ୱାର୍ଡ଼ରେ ପରିଣତ ବୟସରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ୪ ଜଣ ବୃଦ୍ଧା ଓ ବୃଦ୍ଧ। ଦୀର୍ଘ ୫ ବର୍ଷ ହେଲା ସେମାନେ ଏଠାରେ ରହିଛନ୍ତି। ମେଡ଼ିକାଲ୍‌ ପକ୍ଷରୁ ଯାହା ମିଳୁଛି, ତାକୁ ଖାଇ ବଞ୍ଚିଛନ୍ତି। ବର୍ତ୍ତମାନ ସେମାନଙ୍କ ମାନସିକ ସ୍ଥିତି ଭଲ ନାହିଁ। ତେଣୁ ସେମାନେ ସେମାନଙ୍କ ପରିଚୟ ଦେଇପାରୁ ନାହାନ୍ତି।

ଜନ୍ମ କଲା ବାପା ଓ ମାଆଙ୍କୁ ନିଜ ପିଲାମାନେ ସିନା ଭୁଲି ଗଲେ। ହେଲେ ବିଂ ହ୍ୟୁମାନ୍‌ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା କିନ୍ତୁ ସେହି ୪ ବୃଦ୍ଧ ଓ ବୃଦ୍ଧାଙ୍କୁ ଭୁଲି ନାହାନ୍ତି। ପ୍ରତ୍ୟେକ ରବିବାର ସେମାନେ ମେଡ଼ିକାଲ୍‌ ଆସି ବୃଦ୍ଧ ଓ ବୃଦ୍ଧାଙ୍କ ନଖ କାଟିବା ସହିତ ଗାଧୋଇ ଦେଇ ଖୁଆଇ ଦେଉଛନ୍ତି। ଏପରିକି ସେମାନେ ରହୁଥିବା ଘରକୁ ସଫା କରିଦେଉଛନ୍ତି।

Related story