ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଗଲେ ୨ ଯୁବକ

ଯାଜପୁର (ଗୁଲାମ ଗସ): ଗାଧୋଉ ଥିବା ବେଳେ ନଦୀରେ ବୁଡ଼ି ଗଲେ ଦୁଇ ଜଣ ଯୁବକ। ଏହି ଦୁଃଖଦ ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ। ମୃତ ଯୁବକ ଦ୍ୱୟ ହେଲେ ବାଲିଆ ଗାଁର ଶରତ ମିଶ୍ରଙ୍କ ପୁଅ ସୁନୀଲ (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର (୧୮)। ଆଜି ଦିନ ପ୍ରାୟ ୧୧ଟା ବେଳେ ସୁନୀଲ ଓ ଜିତେନ୍ଦ୍ର ନଦୀକୁ ଗାଧୋଇବାକୁ ଯାଇଥିଲେ। […]

Drowning

Jitendra Garnayak
  • Published: Sunday, 20 June 2021
  • , Updated: 20 June 2021, 02:08 PM IST

ଯାଜପୁର (ଗୁଲାମ ଗସ): ଗାଧୋଉ ଥିବା ବେଳେ ନଦୀରେ ବୁଡ଼ି ଗଲେ ଦୁଇ ଜଣ ଯୁବକ। ଏହି ଦୁଃଖଦ ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ଶଙ୍କରାକୂଳ ଗାଁ ନିକଟ ବ୍ରାହ୍ମଣୀ ନଦୀ ପଠାରେ।

ମୃତ ଯୁବକ ଦ୍ୱୟ ହେଲେ ବାଲିଆ ଗାଁର ଶରତ ମିଶ୍ରଙ୍କ ପୁଅ ସୁନୀଲ (୨୩) ଏବଂ କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର (୧୮)।

ଆଜି ଦିନ ପ୍ରାୟ ୧୧ଟା ବେଳେ ସୁନୀଲ ଓ ଜିତେନ୍ଦ୍ର ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବା ସମୟରେ ଅସାବଧାନତା ବଶତଃ ସେମାନେ ବୁଡ଼ି ଯାଇଥିଲେ। ଏହି ଖବର ପାଇ ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ।

ଗ୍ରାମବାସୀ ଜିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ବରୀ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ଗ୍ରାମବାସୀଙ୍କ ସହାୟତାରେ ସୁନୀଲଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ଦୁଇ ଜଣ ଯୁବକଙ୍କ ଏଭଳି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related story