ରାଜଧାନୀରେ ଚାଲିଛି ଚୋରା ବନ୍ଧୁକ କାରବାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ରାଜଧାନୀ ଦିନକୁ ଦିନ ଅପରାଧର ଦଲ୍‌ଦଲରେ ପଶି ଚାଲିଛି। କେତେବେଳେ ଏଠି ବନ୍ଧୁକ ଫୁଟୁଛି ତ ଆଉ କେତେ ବେଳେ ଭୁଜାଲି ବୁଲୁଛି। କିଛିଦିନ ଅନ୍ତରରେ ଏମିତି କିଛି ଖବର ରାଜଧାନୀବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। ଏହା ଭିତରେ ଏବେ ଯେଉଁ କଥା ପଦାକୁ ଆସିଛି, ତାହା ରାଜଧାନୀବାସୀଙ୍କ ଛାତି ଥରାଇ ଦେବା ପରି। ରାଜଧାନୀରେ ବେଆଇନ୍‌ ବନ୍ଧୁକ କାରବାର ବେଧଡ଼କ ଚାଲିଥିବା ଜଣାପଡ଼ିଛି। ପୁଲିସ ଯେତେ ଧରପଗଡ଼ କଲେ ମଧ୍ୟ […]

bbsr

Jyoshna Pradhan
  • Published: Sunday, 21 October 2018
  • , Updated: 21 October 2018, 08:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ରାଜଧାନୀ ଦିନକୁ ଦିନ ଅପରାଧର ଦଲ୍‌ଦଲରେ ପଶି ଚାଲିଛି। କେତେବେଳେ ଏଠି ବନ୍ଧୁକ ଫୁଟୁଛି ତ ଆଉ କେତେ ବେଳେ ଭୁଜାଲି ବୁଲୁଛି। କିଛିଦିନ ଅନ୍ତରରେ ଏମିତି କିଛି ଖବର ରାଜଧାନୀବାସୀଙ୍କ ମନକୁ ଆନ୍ଦୋଳିତ କରୁଛି। ଏହା ଭିତରେ ଏବେ ଯେଉଁ କଥା ପଦାକୁ ଆସିଛି, ତାହା ରାଜଧାନୀବାସୀଙ୍କ ଛାତି ଥରାଇ ଦେବା ପରି।

ରାଜଧାନୀରେ ବେଆଇନ୍‌ ବନ୍ଧୁକ କାରବାର ବେଧଡ଼କ ଚାଲିଥିବା ଜଣାପଡ଼ିଛି। ପୁଲିସ ଯେତେ ଧରପଗଡ଼ କଲେ ମଧ୍ୟ ଚାଲିଛି ଚୋରା ବନ୍ଧୁକ କିଣାବିକା। ଭୁବନେଶ୍ୱରର ତମାଣ୍ଡୋ ଅଞ୍ଚଳରୁ ପୁଲିସ ୨ ଜଣଙ୍କୁ ଗିରଫ କରିବା ପରେ ଏହା ସ୍ପଷ୍ଟ ହୋଇଛି।

ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇ କୁଇକ୍ ଆକ୍ସନ ଟିମ୍ ତମାଣ୍ଡୋ ଅଞ୍ଚଳରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ଦୁଇଟି ଅଫୁଟା ଗୁଳି ଜବତ କରାଯାଇଛି।

କିଛିଦିନ ଭିତରେ ଭୁବନେଶ୍ୱରରେ ଏକାଧିକ  ଗୁଳିକାଣ୍ଡ ହୋଇଥିଲା। ବରମୁଣ୍ଡାରେ ଜଣେ ବ୍ୟବସାୟୀଙ୍କୁ ଗୁଳି କରାଯାଇଥିବା ବେଳେ ଟଙ୍କପାଣି କୁଆଖାଈ ନଦୀ ପଠାରେ ବି କଲେଜ ଛାତ୍ରଙ୍କୁ ଆକ୍ରମଣ କରାଯାଇଥିଲା। ଗଣେଶ ପୂଜା ରାତିରେ କଳିଙ୍ଗ ଷ୍ଟୁଡିଓରେ ବି ଏକ ଢାବା ମାଲିକଙ୍କ ଉପରେ ୫ ରାଉଣ୍ଡ ଗୁଳି ଚଳାଇଥିଲେ ଦୁର୍ବୃତ୍ତ। ମାସେ ଭିତରେ ତିନି ତିନିଟି ଗୁଳିକାଣ୍ଡ ଘଟଣା କମିଶନରେଟ ପୁଲିସର ନିଦ ହଜାଇ ଦେଇଥିଲା।

ଏହା ପଛରେ ବେଆଇନ ବନ୍ଧୁକ ଚୋରା କାରବାର ଥିବା ସନ୍ଦେହ କରି କମିଶନରେଟ ପୁଲିସ ଗତ ରାତିରେ ତମାଣ୍ଡୋ ଅଞ୍ଚଳରେ ଚଢ଼ଉ କରିଥିଲା।

Related story