ଆଇ, ନାତୁଣୀକୁ ଦଳିଦେଲା ହାତୀ

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ଆଇ ଓ ନାତୁଣୀକୁ ହାତୀ ଦଳିଦେଲା। ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ମୟୂରଭଞ୍ଜ  ଜିଲ୍ଲାରେ ଘଟିଛି। ଆଜି ସକାଳ ସମୟରେ ଦୁଧକୁଣ୍ଡି ଗାଁର ମେଗନା ବିନ୍ଧାଣି(୮) ତାଙ୍କ ମାଆ ଧାନୀ ବିନ୍ଧାଣି(୩୦) ଓ ଆଇ କାନ୍ଦିରି ମୁର୍ମୁ(୩୦) ନିକଟସ୍ଥ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। କାଠ ସଂଗ୍ରହ […]

elephant

Manoranjan Sial
  • Published: Saturday, 08 May 2021
  • , Updated: 08 May 2021, 06:20 PM IST

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ଆଇ ଓ ନାତୁଣୀକୁ ହାତୀ ଦଳିଦେଲା। ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା ମୟୂରଭଞ୍ଜ  ଜିଲ୍ଲାରେ ଘଟିଛି।

ଆଜି ସକାଳ ସମୟରେ ଦୁଧକୁଣ୍ଡି ଗାଁର ମେଗନା ବିନ୍ଧାଣି(୮) ତାଙ୍କ ମାଆ ଧାନୀ ବିନ୍ଧାଣି(୩୦) ଓ ଆଇ କାନ୍ଦିରି ମୁର୍ମୁ(୩୦) ନିକଟସ୍ଥ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। କାଠ ସଂଗ୍ରହ ବେଳେ ଗୋଟିଏ ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ମେଗନା ବିନ୍ଧାଣି ଓ କାନ୍ଦିରି ମୁର୍ମୁଙ୍କ ମୃତ୍ୟୁ ଘଟିଥିଲା। ମୃତ ମେଗନାଙ୍କ ମାଆ ଧାନୀ ବିନ୍ଧାଣି ଗୁରୁତର ଆହତ ହୋଇଥିଲେ।

ଜଙ୍ଗଲକୁ ଜାଲେଣୀ ସଂଗ୍ରହ କରିବାକୁ ଯାଇଥିବା ଅନ୍ୟ ଲୋକମାନେ ଧାନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

Related story