ବରଗଡ଼ରେ ୭୨୪ କୋଟି ଟଙ୍କାର ୨ଟି ପାଇପ୍ ଜଳ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲାରେ ବସୁଧା ଯୋଜନାରେ ୨ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୭୨୪.୦୬କୋଟି ଟଙ୍କା ବ୍ୟୟରେ ଏହି ଦୁଇ ମେଗା ପ୍ରକଳ୍ପରେ ୭ଟି ବ୍ଲକର ୭.୩୭ଲକ୍ଷ ଲୋକ ଉପକୃତ ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ କ୍ୟାବିନେଟ ବୈଠକରେ ବରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦୁଇଟି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ସର୍ବନିମ୍ନ […]

naveen

Manoranjan Sial
  • Published: Wednesday, 09 December 2020
  • , Updated: 09 December 2020, 08:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲାରେ ବସୁଧା ଯୋଜନାରେ ୨ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୭୨୪.୦୬କୋଟି ଟଙ୍କା ବ୍ୟୟରେ ଏହି ଦୁଇ ମେଗା ପ୍ରକଳ୍ପରେ ୭ଟି ବ୍ଲକର ୭.୩୭ଲକ୍ଷ ଲୋକ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ କ୍ୟାବିନେଟ ବୈଠକରେ ବରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଦୁଇଟି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ମଞ୍ଜୁରୀ ମିଳିଛି। ସର୍ବନିମ୍ନ ଟେଣ୍ଡର ଦର ୨୧୫.୩୧ଲକ୍ଷ ଟଙ୍କାରେ ମେସର୍ସ କେଇସି-କାଭେରୀ(ଯୌଥ ଉଦ୍ୟୋଗ) ୱାରଙ୍ଗଲକୁ ବରଗଡ଼ ଜିଲ୍ଲାର ୨ଟି ବ୍ଲକ ଅଧୀନରେ ଥିବା ୪୩ଟି ପଂଚାୟତର ୧୬୬ଟି ଗାଁକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରିବାକୁ ଅନୁମତି ଦିଆଯାଇଛି। ଏଥିରେ ବରପାଲି ବ୍ଲକରେ ଥିବା ୨୨ଟି ପଂଚାୟତର ୧.୦୧ଲକ୍ଷ ଓ ଭେଡେନ ବ୍ଲକର ୧.୨୭ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରାଯାଇପାରିବ।

ସେହିପରି ମେସର୍ସ ଏଲଆଣ୍ଡଟି, ଚେନ୍ନାଇକୁ ୫୦୮.୭୫କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡର ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଅନୁମତି ମିଳିଛି। ବରଗଡ଼ର ୫ଟି ବ୍ଲକର ୯୫ଟି ପଂଚାୟତର ପ୍ରାୟ ୫.୦୮ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରିବାରେ ଏହି ପ୍ରକଳ୍ପ ସକ୍ଷମ ହେବ। ଏଥିରେ ଅତାବିରା ବ୍ଲକର ୧.୩୯ଲକ୍ଷ, ବରପାଲି ବ୍ଲକର ୫୭୬୬,ବିଜେପୁର ବ୍ଲକର ୧.୦୬ଲକ୍ଷ, ଗାଇସିଲେଟ୍ ବ୍ଲକର ୯୨.୯୭୬ଜଣ ଓ ବରଗଡ଼ ବ୍ଲକର ୧.୬୩ଲକ୍ଷ ଲୋକଙ୍କୁ ପାନୀୟ ଜଳ ସୁବିଧା ମିଳିବ। ଏହି ପ୍ରକଳ୍ପକୁ ସମ୍ପୃକ୍ତ ଠିକା ସଂସ୍ଥା ୨୪ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି।

Related story