ଗାଧୋଇବାକୁ ଯାଇଥିଲେ, ଫେରିଲେନି

ଉମରକୋଟ (କାର୍ତ୍ତିକ ମଲ୍ଲିକ): ପୋଖରୀକୁ ଗାଧୋଇବା ପାଇଁ ଦୁଇ ଭଉଣୀ ଯାଇଥିଲେ। ହେଲେ ଫେରିଲେ ନାହିଁ। ଫେରିଲା ସେମାନଙ୍କ ମୃତଦେହ। ଆଜି ଏପରି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁମୁଡ଼ାଗୁଡ଼ା ଗାଁରେ ଘଟିଛି। ଦୁଇ ଝିଅଙ୍କୁ ହରାଇବା ପରେ ପରିବାର ମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଆଜି ମଧ୍ୟାହ୍ନରେ କୁମୁଡ଼ାଗୁଡ଼ା ଗାଁର ଚମ୍ପା ସାନ୍ତା(୮) ଓ ନୀଳା ସାନ୍ତା(୧୦) ସାଥୀମାନଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାଙ୍ଗମାନେ ଘରକୁ ଫେରିଥିଲେ। ମାତ୍ର ଚମ୍ପା ଓ […]

two sister drowned on pond in umarakot

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 04:54 PM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ପୋଖରୀକୁ ଗାଧୋଇବା ପାଇଁ ଦୁଇ ଭଉଣୀ ଯାଇଥିଲେ। ହେଲେ ଫେରିଲେ ନାହିଁ। ଫେରିଲା ସେମାନଙ୍କ ମୃତଦେହ। ଆଜି ଏପରି ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁମୁଡ଼ାଗୁଡ଼ା ଗାଁରେ ଘଟିଛି। ଦୁଇ ଝିଅଙ୍କୁ ହରାଇବା ପରେ ପରିବାର ମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି।

ଆଜି ମଧ୍ୟାହ୍ନରେ କୁମୁଡ଼ାଗୁଡ଼ା ଗାଁର ଚମ୍ପା ସାନ୍ତା(୮) ଓ ନୀଳା ସାନ୍ତା(୧୦) ସାଥୀମାନଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ସାଙ୍ଗମାନେ ଘରକୁ ଫେରିଥିଲେ। ମାତ୍ର ଚମ୍ପା ଓ ନୀଳ ଘରକୁ ଫେରିଲେ ନାହିଁ। ଫେରିବାର ବିଳମ୍ୱ ଦେଖି ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ। ମାତ୍ର ପାଇନଥିଲେ। ପରେ ଗାଁର କିଛି ଯୁବକ ପୋଖରୀରୁ ଖୋଜି ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରିଥିଲେ।

Related story