ପୋଖରୀକୁ ଯାଇ ଫେରିଲେନି ଦୁଇ ଭଉଣୀ

ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ବ୍ରଜାନନ୍ଦ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀ ବୁଡ଼ି ଦୁଇ ସଂପର୍କୀୟ ଭଉଣୀଙ୍କ ଜୀବନ ଯାଇଛି। ସେମାନେ ମାମୁ ଝିଅ ଓ ପିଉସୀ ଝିଅ ଭଉଣୀ ଥିଲେ। ଏହି ଦୁଇ ଭଉଣୀଙ୍କ ନାଁ ବବଲି ବାରିକ ଓ ଲକ୍ଷ୍ମୀପ୍ରିୟା ଘଡ଼େଇ। ବବଲିଙ୍କୁ ୯ ବର୍ଷ ହୋଇଥିଲା। ସେହିପରି ଲକ୍ଷ୍ମୀପ୍ରିୟାଙ୍କୁ ୧୨ ବର୍ଷ ହୋଇଥିଲା।  ବବଲିଙ୍କ ଘର ଘଣ୍ଟେଶ୍ୱର ଫାଣ୍ଡି ବାଲିଦାଣ୍ଡି ଗାଁରେ। ତାଙ୍କ ବାପାଙ୍କ […]

Hospital

Niharika Rout
  • Published: Wednesday, 09 June 2021
  • , Updated: 09 June 2021, 02:37 PM IST

ବାସୁଦେବପୁର (କିରୀଟି ଦାସ): ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ବ୍ରଜାନନ୍ଦ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀ ବୁଡ଼ି ଦୁଇ ସଂପର୍କୀୟ ଭଉଣୀଙ୍କ ଜୀବନ ଯାଇଛି। ସେମାନେ ମାମୁ ଝିଅ ଓ ପିଉସୀ ଝିଅ ଭଉଣୀ ଥିଲେ।

ଏହି ଦୁଇ ଭଉଣୀଙ୍କ ନାଁ ବବଲି ବାରିକ ଓ ଲକ୍ଷ୍ମୀପ୍ରିୟା ଘଡ଼େଇ। ବବଲିଙ୍କୁ ୯ ବର୍ଷ ହୋଇଥିଲା। ସେହିପରି ଲକ୍ଷ୍ମୀପ୍ରିୟାଙ୍କୁ ୧୨ ବର୍ଷ ହୋଇଥିଲା। 

ବବଲିଙ୍କ ଘର ଘଣ୍ଟେଶ୍ୱର ଫାଣ୍ଡି ବାଲିଦାଣ୍ଡି ଗାଁରେ। ତାଙ୍କ ବାପାଙ୍କ ନାଁ ଧନେଶ୍ୱର ବାରିକ। ସେ ନାୟକାଣିଡ଼ିହି ଥାନା ବ୍ରଜାନନ୍ଦପୁର ସ୍ଥିତ ତାଙ୍କ ମାମୁ ସଦାନନ୍ଦ ଘଡେଇଙ୍କ ଘରକୁ କିଛି ଦିନ ତଳୁ ବୁଲି  ଆସିଥିଲେ। ଆଜି ବବଲି ମାମୁ ଝିଅ ଲକ୍ଷ୍ମୀପ୍ରିୟାଙ୍କ ସହିତ ଖେଳୁଥିବା ବେଳେ ଦୁହେଁ ବାଡ଼ିରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀରେ ଗାଧୋଉଥିବା ବେଳେ କୌଣସି କାରଣବଶତଃ ଉଭୟ ବୁଡ଼ି ଯାଇଥିଲେ।

ପରିବାର ଲୋକ ଉଭୟଙ୍କୁ ଦୀର୍ଘ ସମୟ ଧରି ସେମାନଙ୍କ ନ ପାଇବାରୁ ସନ୍ଦେହରେ ପୋଖରୀରେ ଖୋଜିଥିଲେ । ଉଭୟଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏଥିଯୋଗୁ ସମଗ୍ର ଗାଁରେ ଶୋକର ଛାୟା ଖେଳି ଯାଇଛି l

Related story