ବାପାଙ୍କ ମୃତଦେହ ସ୍କୁଟିରେ ବୋହିଲେ ଦୁଇ ପୁଅ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ହେଲେ ଆଜି ଚାଲିଗଲେ ଅଫେରା ରାସ୍ତାରେ। କରୋନା ଆକ୍ରାନ୍ତ ବୋଲି ସାହିଭାଇ ଆସିଲେନି। ଦୁଇ ପୁଅ ପିପିଇ କିଟ୍‌ ପିନ୍ଧି ବାପାଙ୍କ ମରଶରୀରକୁ ସ୍କୁଟିରେ ନେଇ ସତ୍କାର କରିଛନ୍ତି। ଆଜି ଏମିତି ଏକ ବିକଳ ଚିତ୍ର ବଲାଙ୍ଗିର ଜିଲ୍ଲାରୁ ଆସିଛି। ବେଲପଡା ବ୍ଲକ୍‌ ସଲଣ୍ଡି ଗାଁର ଉଦ୍ଧବ ବେହେରା। ସେ କରୋନରେ ସଂକ୍ରମଣ ହୋଇଥିଲା। ସେଥିପାଇଁ ଗତ ୭ ଦିନ ହେଲା ସେ […]

Balangir

Manoranjan Sial
  • Published: Thursday, 29 April 2021
  • , Updated: 06 May 2021, 12:49 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ହେଲେ ଆଜି ଚାଲିଗଲେ ଅଫେରା ରାସ୍ତାରେ। କରୋନା ଆକ୍ରାନ୍ତ ବୋଲି ସାହିଭାଇ ଆସିଲେନି। ଦୁଇ ପୁଅ ପିପିଇ କିଟ୍‌ ପିନ୍ଧି ବାପାଙ୍କ ମରଶରୀରକୁ ସ୍କୁଟିରେ ନେଇ ସତ୍କାର କରିଛନ୍ତି। ଆଜି ଏମିତି ଏକ ବିକଳ ଚିତ୍ର ବଲାଙ୍ଗିର ଜିଲ୍ଲାରୁ ଆସିଛି।

ବେଲପଡା ବ୍ଲକ୍‌ ସଲଣ୍ଡି ଗାଁର ଉଦ୍ଧବ ବେହେରା। ସେ କରୋନରେ ସଂକ୍ରମଣ ହୋଇଥିଲା। ସେଥିପାଇଁ ଗତ ୭ ଦିନ ହେଲା ସେ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକଠାକ୍‌ ଥିଲା। ତେବେ ଆଜି ସକାଳେ ତାଙ୍କର ହଠାତ ମୃତ୍ୟୁ ଘଟିଥିଲା।

ଉଦ୍ଧବଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଛି। କରୋନା ଆକ୍ରାନ୍ତ ହୋଇଥିବାରୁ ସାହି ଭାଇ କେହି ଆସିଲେ ନାହିଁ। ତେଣୁ ତାଙ୍କର ଦୁଇ ପୁଅ ଓ ଜଣେ ପୁତୁରା ପିପିଇ କିଟ୍‌ ପନ୍ଧି ବାପାଙ୍କ ମୃତଦେହକୁ ଏକ ସ୍କୁଟିରେ ବୋହି ନେଇ ଗାଁର ଗୋଚର ଜମିରେ ସତ୍କାର କରିଛନ୍ତି। ସେପଟେ ମୃତ ଉଦ୍ଧବଙ୍କ ସ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ କ୍ୱାରେଣ୍ଟାଇନରେ ଥିବା ଜଣାଯାଇଛି।

ସୂଚନାରୁ ପ୍ରକାଶ, ସଲଣ୍ଡି ଗାଁରେ ଏବେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଯାହାକୁ ନେଇ ଗାଁରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ନଜର ଦେବାକୁ ସାଧାରଣରେ ଦାବି ହେଉଛି।

 

Related story