କରୋନାରୁ ବର୍ତ୍ତିବା ପାଇଁ ଗୁରୁମନ୍ତ୍ର ଦେଲେ ଦୁଇ ବିଶେଷଜ୍ଞ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବ୍ୟାପିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ରାଜ୍ୟର ଦୁଇ ବିଶେଷଜ୍ଞ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଓ ଡାକ୍ତର ସମ୍ପଦ ଦାସ ଦେଇଛନ୍ତି ଗୁରୁମନ୍ତ୍ର। ଡାକ୍ତର ସମ୍ପଦ ଦାସଙ୍କ କହିବା ଅନୁସାରେ କରୋନାର ଦ୍ୱିତୀୟ ଲହର ବୟସ୍କଙ୍କ ସହ ଶିଶୁ ଓ କିଶୋରମାନଙ୍କୁ ଆକ୍ରାନ୍ତ କରୁଛି। ବାୟୁ ଚଳାଚଳ କରୁନଥିବା କୋଠରୀରେ ସଂକ୍ରମଣର ଭୟ ଅଧିକ। ପୂର୍ବ ବର୍ଷ ଆକ୍ରାନ୍ତ ହୋଇଥିବା ଲୋକ […]

Prof. (Dr.) Jayanta Kumar Panda

Manoranjan Sial
  • Published: Tuesday, 27 April 2021
  • , Updated: 27 April 2021, 06:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ବ୍ୟାପିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି। ଏଥିରୁ ବର୍ତ୍ତିବା ପାଇଁ ରାଜ୍ୟର ଦୁଇ ବିଶେଷଜ୍ଞ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଓ ଡାକ୍ତର ସମ୍ପଦ ଦାସ ଦେଇଛନ୍ତି ଗୁରୁମନ୍ତ୍ର।

ଡାକ୍ତର ସମ୍ପଦ ଦାସଙ୍କ କହିବା ଅନୁସାରେ କରୋନାର ଦ୍ୱିତୀୟ ଲହର ବୟସ୍କଙ୍କ ସହ ଶିଶୁ ଓ କିଶୋରମାନଙ୍କୁ ଆକ୍ରାନ୍ତ କରୁଛି। ବାୟୁ ଚଳାଚଳ କରୁନଥିବା କୋଠରୀରେ ସଂକ୍ରମଣର ଭୟ ଅଧିକ। ପୂର୍ବ ବର୍ଷ ଆକ୍ରାନ୍ତ ହୋଇଥିବା ଲୋକ ଏବର୍ଷ ମଧ୍ୟ ପୁଣି ସଂକ୍ରମିତ ହେଉଛନ୍ତି। ତେବେ ମୃତ୍ୟୁହାର କମ ଥିବା ଆମ ପାଇଁ ଏକ ଆଶ୍ୱସ୍ତିର ବିଷୟ। ଏବର୍ଷ ରୋଗୀଙ୍କଠାରେ ନୂଆ ଲକ୍ଷଣ ଦେଖାଯାଉଛି କହିଲେ ଡାକ୍ତର ଦାସ। ତେବେ ବାନ୍ତି ହେବା, ପତଳା ଝାଡ଼ା ହେବା ଲକ୍ଷଣ ରୋଗୀଙ୍କଠାରେ ଦେଖାଯାଉଥିବା ସେ କହିଛନ୍ତି।

ସେହିପରି ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି- ଘର ଭିତରେ, ଗାଡ଼ି ଭିତରେ ମାସ୍କ ପିନ୍ଧିବା ଜରୁରୀ। ସର୍ଜିକାଲ ମାସ୍କ ଉପରେ କପଡ଼ା ମାସ୍କ ପିନ୍ଧିବାକୁ ପଡ଼ିବ। ଟିକା ନେଇସାରିଥିବା ଲୋକଙ୍କୁ ପୁନଃ ସଂକ୍ରମଣ ସମ୍ଭାବନା ରହିଛି। ତେବେ ଟିକା ନେଇଥିବା ଲୋକଙ୍କ ଅବସ୍ଥା ଗୁରୁତର ହେଉନଥିବା ଦେଖାଯାଉଛି। ଜ୍ୱର ୧୦୦ ଉପରେ ଓ ଅକ୍ସିଜେନ ସ୍ତର ୯୦ ତଳକୁ ଗଲେ ହସ୍ପିଟାଲ ଯାଆନ୍ତୁ। ଏଭଳି ଲକ୍ଷଣ ଦେଖିଲେ ୧୯୨୯କୁ ଫୋନ କରି ଡାକ୍ତରଖାନା ଯାଇପାରିବେ ବୋଲି ଡାକ୍ତର ପଣ୍ଡା ପରାମର୍ଶ ଦେଇଛନ୍ତି।

Related story