କୁଆଖାଇରେ ଚାଲିଗଲା ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଜଗମୋହନ ସାହୁ ଓ ସୋଫିକ୍ ଦିଗଲ। ସେମାନେ ୟୁନିଟ୍ ୯ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ୫ ଜଣ ଛାତ୍ର ଘରୁ ସ୍କୁଲ୍‌ ଯିବାକୁ ବାହାରିଥିଲେ। ହେଲେ ସେମାନେ ସ୍କୁଲ୍‌ ନଯାଇ କୁଆଖାଇକୁ ଗାଧୋଇବାକୁ ଚାଲି ଯାଇଥିଲେ। ଜଣେ ଛାତ୍ର […]

444

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 02:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ଭାସିଯାଇ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଜଗମୋହନ ସାହୁ ଓ ସୋଫିକ୍ ଦିଗଲ। ସେମାନେ ୟୁନିଟ୍ ୯ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିଲେ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ୫ ଜଣ ଛାତ୍ର ଘରୁ ସ୍କୁଲ୍‌ ଯିବାକୁ ବାହାରିଥିଲେ। ହେଲେ ସେମାନେ ସ୍କୁଲ୍‌ ନଯାଇ କୁଆଖାଇକୁ ଗାଧୋଇବାକୁ ଚାଲି ଯାଇଥିଲେ। ଜଣେ ଛାତ୍ର କୂଳରେ ଛିଡ଼ା ହୋଇଥିବା ବେଳେ ଅନ୍ୟ ୪ଜଣ ନଦୀରେ ହାତ ଧରାଧରି ହୋଇ ଗାଧୋଉ ଥିଲେ। ଜଳର ସ୍ରୋତ ଅଧିକ ଥିବାରୁ ଗାଧୋଇବା ବେଳେ ଜଣେ ଛାତ୍ର ଭାସି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଛାତ୍ର ମଧ୍ୟ ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ନିଖୋଜ ଛାତ୍ର ଦ୍ୱୟକୁ ଉଦ୍ଧାର କରିଥିଲେ। ତେବେ ପରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

ଛାତ୍ରଙ୍କୁ ଖୋଜିବା ବେଳେ ମହିଳା ଉଦ୍ଧାର

ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରିବା ବେଳେ ଅଗ୍ନିଶମ କର୍ମଚାରୀମାନେ ଜଣେ ମହିଳାଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ମହିଳା ଜଣଙ୍କ କୁଆଖାଇ ବ୍ରିଜ୍‌ରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

Related story