ଦୁଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ
- Published: Saturday, 11 August 2018
- , Updated: 11 August 2018, 09:53 AM IST
<p>ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ଗାଁରେ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟିଛି। ସେମାନେ ହେଲେ ବିରିପଡ଼ା ଗାଁର ପ୍ରିୟଙ୍କା ଦାସ ଓ ଟେଣ୍ଟେଇ ଗାଁର ଲକ୍ଷ୍ମୀପ୍ରିୟା ଦାସ।</p>
<p>ଗତକାଲି ପ୍ରିୟଙ୍କା ଲକ୍ଷ୍ମୀପ୍ରିୟାଙ୍କ ଘରକୁ ଯାଇଥିଲେ। ଆଜି ସକାଳେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। କେଉଁ କାରଣରୁ ସେମାନଙ୍କର ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇ ନାହିଁ।</p>
<p>ଉଭୟେ ବିଷ ପିଇ ଦେଇଥିବା ସନ୍ଦେହ କରାଯାଉଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ କରିବା ପାଇଁ ଡାକ୍ତରଖାନାକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।</p>