ମେଧା ମାନେନି ବନ୍ଧବାଡ଼: ଅନଟନ ସତ୍ତ୍ୱେ OJEEରେ ଟପ୍ପର ହେଲେ ଭବାନୀ, ଶାଶ୍ୱତୀ

କେନ୍ଦୁଝର/ଜଗତସିଂହପୁର(ପ୍ରଣୟ ପାଣି/ଶଶାଙ୍କ ସେଖର ପଣ୍ଡା): ଆର୍ଥିକ ଅନଟନ ହେଉ କି ଯେକୌଣସି ପରିସ୍ଥିତିର ଚାପ। ଇଚ୍ଛାଶକ୍ତି ଆଗରେ ସବୁ କିଛି ପଛରେ ପଡ଼ିଯାଏ। ଆଜିର ଓଜେଇଇ ରେଜଲ୍ଟରୁ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଅସମ୍ଭବ ବୋଲି କିଛି ନାହିଁ, ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଓଜେଇଇରେ ଟପ୍ପର ହୋଇଥିବା ଦୁଇ ବିଦ୍ୟାର୍ଥୀ। ଜଣେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ପିପିଳିଆ ଗାଁର ଭବାନୀ ଶଙ୍କର ବେହେରା ଓ ଅନ୍ୟ ଜଣେ ଜଗତସିଂହପୁର କାଦୁଆପଡ଼ା ଗାଁର ଶାଶ୍ୱତୀ […]

ojee-topper

ojee-topper

Manoranjan Sial
  • Published: Wednesday, 19 June 2019
  • Updated: 19 June 2019, 08:07 PM IST

Sports

Latest News

କେନ୍ଦୁଝର/ଜଗତସିଂହପୁର(ପ୍ରଣୟ ପାଣି/ଶଶାଙ୍କ ସେଖର ପଣ୍ଡା): ଆର୍ଥିକ ଅନଟନ ହେଉ କି ଯେକୌଣସି ପରିସ୍ଥିତିର ଚାପ। ଇଚ୍ଛାଶକ୍ତି ଆଗରେ ସବୁ କିଛି ପଛରେ ପଡ଼ିଯାଏ। ଆଜିର ଓଜେଇଇ ରେଜଲ୍ଟରୁ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଅସମ୍ଭବ ବୋଲି କିଛି ନାହିଁ, ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଓଜେଇଇରେ ଟପ୍ପର ହୋଇଥିବା ଦୁଇ ବିଦ୍ୟାର୍ଥୀ। ଜଣେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ପିପିଳିଆ ଗାଁର ଭବାନୀ ଶଙ୍କର ବେହେରା ଓ ଅନ୍ୟ ଜଣେ ଜଗତସିଂହପୁର କାଦୁଆପଡ଼ା ଗାଁର ଶାଶ୍ୱତୀ ମହାନ୍ତି। ଏହି ଦୁହିଁକୁ ନେଇ ଏବେ ସବୁଠି ଚର୍ଚ୍ଚା।

ଘଟଗାଁ ବ୍ଳକ ପିପିଳିଆ ଗାଁର ଭବାନୀ ଶଙ୍କର ବେହେରା ଗୁରୁଚରଣ ବେହେରାଙ୍କ ବଡ଼ପୁଅ। ଗାଁ ସ୍କୁଲ ପରେ ତୋରାଣିପାଣି ହାଇସ୍କୁଲରେ ପାଠ ପଢ଼ିଥିଲେ ଭବାନୀ। ସେଠାରୁ ସେ ୬୨ % ନମ୍ବର ରଖି ପାଶ କରିଥିଲେ। ତା’ ପରେ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ କଲେଜରେ +୨ ଓ +୩ ପଢିଥିଲେ। ପିଲା ବେଳୁ ଇଞ୍ଜିନିୟର ହେବା ପାଇଁ ସ୍ୱପ୍ନ ଦେଖୁଥିଲେ। ମାତ୍ର ଘରର ଆର୍ଥିକ ସ୍ଥିତି ତାଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେଇନଥିଲା। ତଥାପି ସେ ହାର ମାନିନଥିଲେ। ସମୟ ସହିତ ତାଳ ଦେଇ ଆଗକୁ ପାଠ ପଢ଼ିବା ସହିତ ଜଳଖିଆ ଦୋକାନରେ ତାଙ୍କ ବାପାଙ୍କୁ ସାହାଯ୍ୟ କରୁଥିଲେ। ଆଉ ସମୟ ପାଇଲେ ବହି ଧରି ବସି ଯାଉଥିଲେ। ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲା। ସେଥିପାଇଁ ସେ ଆଜି ବିଏସ୍‌ସି ଲାଟେରାଲ୍‌ ଏଣ୍ଟ୍ରିରେ ସମସ୍ତଙ୍କୁ ପଛରେ ପକାଇ ସାରା ରାଜ୍ୟରେ ଟପ୍ପର ହୋଇଛନ୍ତି।

ସେମିତି ପାଖାପାଖି ଏକା କାହାଣୀ ଜଗତସିଂହପୁର କାଦୁଆପଡ଼ା ଗାଁର ଶିବାଶ୍ରିତ ମହାନ୍ତିଙ୍କ ମେଧାବୀ ଝିଅ ଶାଶ୍ୱତୀ। ବାପା ଶିବାଶ୍ରିତ ଜଗତସିଂହପୁରରେ ଏକ ଛୋଟ ଡିଟିପି ସେଣ୍ଟର ଖୋଲି ନିଜ ସ୍ୱଳ୍ପ ରୋଜଗାରରେ ଝିଅକୁ ଉଚ୍ଚଶିକ୍ଷା ଦେବାକୁ ଉଦ୍ୟମ କରିଛନ୍ତି। ଝିଅ ଶାଶ୍ୱତୀ ମଧ୍ୟ ବାପାଙ୍କ ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ଆଗକୁ ବଢ଼ିଛନ୍ତି। ଗରିବୀକୁ ପଛ କରି ବିଟେକ ଲାଟେରାଲ୍‌ ଏଣ୍ଟ୍ରିରେ ଟପ୍ କରି ଗୌରବ ଆଣିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story