ସୁନାମୀ ମୁକାବିଲା: ଓଡ଼ିଶାର ୨ଟି ଗାଁକୁ ମିଳିବ ୟୁନେସ୍କୋ ସମ୍ମାନ, ଦେଶରେ ପ୍ରଥମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ସମୁଦ୍ର ଉପକୂଳ ଗାଁକୁ ‘ସୁନାମୀ ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ’ ଥିବା ଗୋଷ୍ଠୀ (କମ୍ୟୁନିଟି) ଭାବେ ୟୁନେସ୍କୋର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ଓସିଓନୋଗ୍ରାଫିକ କମିଶନ(ଆଇଓସି) ପକ୍ଷରୁ ମାନ୍ୟତା ପ୍ରଦାନ କରାଯିବ। ଆସନ୍ତାକାଲି ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଓଡ଼ିଶାର ଏହି ଦୁଇଟି ଗାଁ ଓ ଓସଡ଼ମା କର୍ତ୍ତୃପକ୍ଷଙ୍କୁ ୟୁନେସ୍କୋ ପକ୍ଷରୁ ବିଧିବଦ୍ଧ ପୁରସ୍କାର ସହ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଭେଙ୍କଟରାୟପୁର(ବକ୍ସିପାଲ୍ଲୀ) ଗାଁ ଓ […]

odisha

odisha

Manoranjan Sial
  • Published: Thursday, 06 August 2020
  • Updated: 06 August 2020, 09:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାର ୨ଟି ସମୁଦ୍ର ଉପକୂଳ ଗାଁକୁ ‘ସୁନାମୀ ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତ’ ଥିବା ଗୋଷ୍ଠୀ (କମ୍ୟୁନିଟି) ଭାବେ ୟୁନେସ୍କୋର ଇଣ୍ଟରଗଭର୍ଣ୍ଣମେଣ୍ଟାଲ ଓସିଓନୋଗ୍ରାଫିକ କମିଶନ(ଆଇଓସି) ପକ୍ଷରୁ ମାନ୍ୟତା ପ୍ରଦାନ କରାଯିବ। ଆସନ୍ତାକାଲି ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଓଡ଼ିଶାର ଏହି ଦୁଇଟି ଗାଁ ଓ ଓସଡ଼ମା କର୍ତ୍ତୃପକ୍ଷଙ୍କୁ ୟୁନେସ୍କୋ ପକ୍ଷରୁ ବିଧିବଦ୍ଧ ପୁରସ୍କାର ସହ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ଭେଙ୍କଟରାୟପୁର(ବକ୍ସିପାଲ୍ଲୀ) ଗାଁ ଓ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ନୋଳିଆସାହିକୁ ସୁନାମୀ ବିପର୍ଯ୍ୟୟର ଉତ୍ତମ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏହି ଆନ୍ତର୍ଜାତିକ ମାନ୍ୟତା ୟୁନେସ୍କୋ ପକ୍ଷରୁ ପ୍ରଦାନ କରାଯିବ। ଭାରତ ମହାଦେଶରେ ଏଭଳି ଆନ୍ତର୍ଜାତିକ ସମ୍ମାନ ପାଇବାରେ ଓଡ଼ିଶା ପ୍ରଥମ ରାଜ୍ୟ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଓସଡମା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସୁନାମୀ ମୁକାବିଲା ପାଇଁ ସର୍ବଦା ପ୍ରସ୍ତୁତ ଗାଁ ଭାବେ ୟୁନେସ୍କୋ-ଆଇଓସି ଦ୍ୱାରା ଓଡ଼ିଶାର ୨ଟି ଗାଁ ଜଗତସିଂହପୁରର ନୋଳିଆସାହି ଓ ଗଞ୍ଜାମର ଭେଙ୍କଟରାୟପୁରକୁ ମାନ୍ୟତା ଦେଇଛନ୍ତି। ଯାହାକି ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ଆସନ୍ତାକାଲି ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ୟୁନୋସ୍କୋ ପଦାଧିକାରୀ ଏହି ସମ୍ମାନ ଓ ସାର୍ଟିଫିକେଟ୍ ପ୍ରଦାନ କରିବେ। ଓସଡମା ଏବେ ଏହି ଦୁଇଟି ଗାଁରେ ‘ସୁନାମୀ ପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ’କୁ କାର୍ଯ୍ୟକାରୀ କରୁଛି । ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ବୋର୍ଡ ଏହି ଦୁଇ ଗାଁରେ ପାଳନ ହେଉଥିବା ମାନଦଣ୍ଡକୁ ଯାଂଚ କରିବା ପରେ ୟୁନୋସ୍କୋ-ଆଇଓସିକୁ ଏଥିପାଇଁ ସୁପାରିସ୍ କରିଥିଲେ। ଜାତୀୟ ବୋର୍ଡର ସୁପାରିସ୍ ଆଧାରରେ ୟୁନେସ୍କୋ-ଆଇଓସି ଓଡ଼ିଶାର ଦୁଇଟି କମ୍ୟୁନିଟି ଯଥା ଭେଙ୍କଟରାୟପୁର ଓ ନୋଳିଆସାହିକୁ ‘ସୁନାମୀ ପାଇଁ ପ୍ରସ୍ତୁତ କମ୍ୟୁନିଟି’ ଭାବେ ମାନ୍ୟତା ଦେଇଛନ୍ତି ଭାରତୀୟ ମହାଦେଶରେ ଭାରତ ହେଉଛି ପ୍ରଥମ ଦେଶ ଓ ଓନିଶା ହେଉଛି ପ୍ରଥମ ରାଜ୍ୟ ଯାହାକୁ ଏହି ସମ୍ମାନ ମିଳିବ।

ସୂଚନାଯୋଗ୍ୟ, ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି, ଏନଡିଆରଏଫ, ଓସଡମା ଓ ଭାରତୀୟ ଭୂବିଜ୍ଞାନ ବିଭାଗର ମିଳିତ ସୁପାରିସରେ ଏହି ଦୁଇଟି ଗାଁକୁ ଉକ୍ତ ସମ୍ମାନଜନକ ପ୍ରମାଣପତ୍ର ମିଳିବ। ଗୋଷ୍ଠୀ ସଚେତନତା କ୍ଷେତ୍ରରେ ସମୁଦ୍ର କୂଳର ଏହି ଦୁଇଟି ଗାଁ ଲୋକେ ସୁନାମି ସତର୍କତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି।

ଆସନ୍ତାକାଲି ଏହାକୁ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା ଓ ଭାରତୀୟ ଜାତୀୟ ସାମୁଦ୍ରିକ ସୁନାମୀ ସୂଚନା କେନ୍ଦ୍ର ଏବଂ ୟୁନେସ୍କୋ ମିଳିତ ଭାବେ ଏହି ଭର୍ଚୁଆଲ କାର୍ଯ୍ୟକ୍ରମର ଆୟୋଜନ କରିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡଃ ଏମ ରାଜୀବନ୍ ମୁଖ୍ୟ ଅତିଥି ଭାବେ, ଏନଡିଆରଏଫର ସଦସ୍ୟ ସଚିବ ଜିଭିଭି ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ୟୁନେସ୍କୋ-ଆଇଓସି ଅଧିକାରୀ ଶ୍ରୀନିବାସ କୁମାର ଟୁମ୍ମଲା ଓ ଓସଡମା ପରିଚାଳନା ପ୍ରଦୀପ କୁମାର ଜେନାଙ୍କ ସମେତ ୟୁନେସ୍କୋର ଅନ୍ୟ ବରିଷ୍ଠ ପଦାଧିକାରୀ ସାମିଲ ହେବେ। ଓସଡମା ଅଧିକାରୀ ଓ ଓଡ଼ିଶାର ଏହି ଦୁଇ ଗାଁକୁ ୟୁନେସ୍କୋର ମାନ୍ୟତା ଥିବା ସାର୍ଟିଫିକେଟ ଓ ପ୍ରଶଂସାପତ୍ର ପ୍ରଦାନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story