Advertisment

ଓଏଏସ୍‌ ହେଲେ ଦୃଷ୍ଟିବାଧିତ, ରୋକି ପାରିଲାନି ପ୍ରତିବନ୍ଧକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ପ୍ରତିବନ୍ଧକ ଯେତେ ଶକ୍ତିଶାଳୀ ହେଉନା କାହିଁକି, ଦୃଢ଼ ଇଚ୍ଛାଶକ୍ତି ସଫଳତା ହାସଲରେ ସଫଳ କରାଇଥାଏ। ଯାହାର ସଦ୍ୟ ପ୍ରମାଣ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ବ୍ୟକ୍ତିଙ୍କ କ୍ଷେତ୍ରରେ ନଜର ଆସିଛି। କୃତକାର୍ଯ୍ୟଙ୍କ ମଧ୍ୟରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି, କିଏ ଦୃଷ୍ଟିବାଧିତ ତ ପୁଣି କିଏ ଦିନ ମଜୁରିଆର ପୁଅ। ଓଡ଼ିଶା ପ୍ରଶାସନିକ ସେବାରେ ୨୬୨ ରାଙ୍କ ରଖି କୃତକାର୍ଯ୍ୟ ହୋଇଥିବା ବାଣପୁର ଅଲାଇଡିହ […]

ଅଦ୍ୟତନ ହୋଇଛି
ଓଏଏସ୍‌ ହେଲେ ଦୃଷ୍ଟିବାଧିତ, ରୋକି ପାରିଲାନି ପ୍ରତିବନ୍ଧକ

prasana

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ପ୍ରତିବନ୍ଧକ ଯେତେ ଶକ୍ତିଶାଳୀ ହେଉନା କାହିଁକି, ଦୃଢ଼ ଇଚ୍ଛାଶକ୍ତି ସଫଳତା ହାସଲରେ ସଫଳ କରାଇଥାଏ। ଯାହାର ସଦ୍ୟ ପ୍ରମାଣ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ବ୍ୟକ୍ତିଙ୍କ କ୍ଷେତ୍ରରେ ନଜର ଆସିଛି। କୃତକାର୍ଯ୍ୟଙ୍କ ମଧ୍ୟରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି, କିଏ ଦୃଷ୍ଟିବାଧିତ ତ ପୁଣି କିଏ ଦିନ ମଜୁରିଆର ପୁଅ।

Advertisment

ଓଡ଼ିଶା ପ୍ରଶାସନିକ ସେବାରେ ୨୬୨ ରାଙ୍କ ରଖି କୃତକାର୍ଯ୍ୟ ହୋଇଥିବା ବାଣପୁର ଅଲାଇଡିହ ଗାଁର ଦୃଷ୍ଟିବାଧିତ ପ୍ରସନ୍ନ କୁମାର ପଣ୍ଡା ଏଭଳି ଏକ ଉଦାହରଣ। ତାଙ୍କ ପାଖକୁ ଏବେ ଛୁଟୁଛି ଶୁଭେଚ୍ଛାର ସୁଅ। ଜନ୍ମରୁ ଦୃଷ୍ଟିବାଧିତ ପ୍ରସନ୍ନଙ୍କ ଇଚ୍ଛାଶକ୍ତି ଆଗରେ ହାର ମାନିଛି ପ୍ରତିବନ୍ଧକ। ଯାହା ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ବିରାଟ ଉଦାହରଣ ଓ ପ୍ରେରଣାର ଉତ୍ସ। କୃତୀଛାତ୍ର ପ୍ରସନ୍ନ, ବିଜେବି କଲେଜରୁ ବିଏ ପାସ୍ କରିବା ପରେ ଦିଲ୍ଲୀ ଜେଏନୟୁରେ ରାଜନୀତି ବିଜ୍ଞାନରେ ଏମ୍ଏ‌ ସାରି ଏବେ ପିଏଚ୍‌ଡି କରୁଛନ୍ତି। ମାସେ ତଳେ ତାଙ୍କୁ ବ୍ରହ୍ମପୁର ମହିଳା କଲେଜରେ ଅଧ୍ୟାପକ ଚାକିରି ବି ମିଳିଛି। ଆଉ ଏବେ ସେ ପ୍ରଶାସନିକ ଅଧିକାରୀ ହେବାକୁ ଯାଉଛନ୍ତି। ପୁଅର ଏଭଳି ସଫଳତା ପାଇଁ ତାଙ୍କ ମା’ ମିଠା ବାଣ୍ଟିଛନ୍ତି। ପୁଅକୁ ମିଠା ଖୁଆଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।

ପ୍ରସନ୍ନ କହିଛନ୍ତି, କୌଣସି କାମ ଅସମ୍ଭବ ନୁହେଁ। କୌଣସି ଅସୁବିଧା କିଛି କରିପାରେନି। ନିଜ ଉପରେ ବିଶ୍ୱାସ ରହିବା ସାଙ୍ଗକୁ ଉଚ୍ଛା ଶକ୍ତି, ଦୃଢ଼ତା, ଉଚିତ୍ କର୍ମ ଓ ପରିଶ୍ରମ କରିଲେ ସମସ୍ତ କାମ ସଫଳତା ଦେବ।

Advertisment

ସେମିତି ୨୯୨ ରାଙ୍କରେ ରହିଥିବା ବରଗଡ଼ ପଦ୍ମପୁର ଅଞ୍ଚଳର ଆଉ ଜଣେ ଦୃଷ୍ଟିବାଧିତ ହେଲେ ପ୍ରାଚୁର୍ଯ୍ୟ ପ୍ରଧାନ। ପ୍ରାଚୁର୍ଯ୍ୟ ଜଣେ ଭଲ ଚେସ୍ ଖେଳାଳି। ଚେସ୍ ଖେଳ ସହ ପ୍ରଶାସନିକ ଅଧିକାରୀଟିଏ ହେବାକୁ ସେ ପ୍ରସ୍ତୁତି କରି ଆସୁଥିଲେ। ଉଭୟରେ ତାଳମେଳ ତାଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ। ତେବେ ମନୋବଳ ଓ ଇଚ୍ଛାଶକ୍ତି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି। ସେ କହିଛନ୍ତି, ଲକ୍ଷ୍ୟ ହାସଲ ନିମନ୍ତେ ନିରନ୍ତର ଚେଷ୍ଟା ତାଙ୍କୁ ଏହି ସଫଳତାରେ ପହଞ୍ଚାଇଛି।

[caption id="attachment_772441" align="aligncenter" width="650"]publive-image ପରିବାର ଗହଣରେ ପ୍ରାଚୁର୍ଯ୍ୟ ପ୍ରଧାନ।[/caption]

ସେହିପରି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୩୩ତମ ରାଙ୍କରେ ଥିବା ବାଲିଆପାଳର ପ୍ରତୀକ ପଣ୍ଡା ଜଣେ ମନ୍ଦିର ପୂଜକଙ୍କ ପୁଅ। ପୁଅର ସଫଳତାକୁ ନେଇ ପୂରା ପରିବାରରେ ଖୁସିର ମାହୋଲ। ପ୍ରତୀକ କହିଛନ୍ତି, ପ୍ରଶାସନିକ ଅଧିକାରୀ ପଦରେ ବସିଲେ, ସମାଜର ତଳସ୍ତରର ଲୋକଙ୍କ ପାଖରେ ଯେପରି ସ୍ୱାସ୍ଥ୍ୟସେବା ପହଞ୍ଚି ପାରିବ ତାକୁ ଗୁରୁତ୍ୱ ଦେବେ।

[caption id="attachment_772442" align="aligncenter" width="650"]publive-image ପରିବାର ଗହଣରେ ପ୍ରତୀକ ପଣ୍ଡା।[/caption]

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe