ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ, ମାଡ଼ିଗଲା କାର୍‌; ଦୁଇ ମୃତ

ଜଳେଶ୍ୱର(ଅଜିତ ଦାସ): ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଦ୍ରୁତଗାମୀ କାର୍‌। ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ମୃତଦେହ ଛାଡ଼ୁନଥିବା ବେଳେ ବର୍ତ୍ତମାନ ଉତ୍ତେଜନା ଲାଗି ରହିଛି।  ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ୫୭ ନମ୍ବର […]

Balasore

Manoranjan Sial
  • Published: Monday, 27 December 2021
  • , Updated: 27 December 2021, 09:36 PM IST

ଜଳେଶ୍ୱର(ଅଜିତ ଦାସ): ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଦ୍ରୁତଗାମୀ କାର୍‌। ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ମୃତଦେହ ଛାଡ଼ୁନଥିବା ବେଳେ ବର୍ତ୍ତମାନ ଉତ୍ତେଜନା ଲାଗି ରହିଛି। 

ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ୫୭ ନମ୍ବର ରାଜ୍ୟ ରାଜପଥର ନଗୁଁଆ ଛକ ନିକଟସ୍ଥ ରାସ୍ତା କଡ଼ରେ ଦୁଇ ଜଣ ପିଲାଙ୍କ ସମେତ ୬ ଠିଆ ହୋଇଥିଲେ। ଠିକ୍‌ ଏହି ସମୟରେ ଏକ ଦ୍ରୁତଗାମୀ କାର୍‌ ମାଡ଼ି ଆସିଥିଲା। କାରଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବାଇକ୍‌ରେ ପିଟି ହୋଇ ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜଳେଶ୍ୱରପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ଅନ୍ୟମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଉଛି। ଆହତଙ୍କ ଭିତରେ ଦୁଇ ଜଣ ପିଲା ଥିବା ଜଣାପଡ଼ିଛି।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଆହତଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ଲୋକମାନେ ଦୁର୍ଘଟଣା ଘଟାଇଥିବା କାର୍‌ର ଭଙ୍ଗାରୁଜା କରିଛନ୍ତି। ଏପରିକି କାର ଭିତରେ ଲୋକଙ୍କୁ ମାଡ଼ ମାରିଛନ୍ତି। ଖବର ପାଇ ଭୋଗରାଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଗାଡ଼ି ଚାଳକ ଓ ଅନ୍ୟମାନଙ୍କୁ ଉଦ୍ଧାର କରିଛନ୍ତି। ଆହତଙ୍କ ଚିକିତ୍ସା ସହ ମୃତ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତେଜନା ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Related story