ଟ୍ରାନ୍ସଫର୍ମର ଚୋରି କରିବାକୁ ଧରା ପଡ଼ିଗଲେ ଦୁଇ ଚୋର

ସାଲେପୁର (ମନୋଜ ଆଚାର୍ଯ୍ୟ): ଟ୍ରାନ୍ସଫର୍ମର ଚୋରି କରିବାକୁ ଆସି ଧରା ପଡ଼ିଗଲେ ୨ ଚୋର। ଏପରି ଅଭିଯୋଗ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ୨ ଚୋରଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗତକାଲି ରାତିରେ ସାଲେପୁର ଥାନା ଅଞ୍ଚଳର ୩ ଜଣ ଯୁବକ ଏକ ବାଇକ୍‌ରେ ମହାଙ୍ଗା ପର୍ଶୁରାମପୁର ଗାଁକୁ ଆସିଥିଲେ। ସେମାନେ ଟ୍ରାନ୍ସଫର୍ମର ଚୋରି କରିବା ପାଇଁ ଯୋଜନା କରୁଥିବା ବେଳେ ଗାଁ ଲୋକେ ଜାଣିପାରିଥିଲେ। ସେମାନଙ୍କୁ […]

transfor

Manoranjan Sial
  • Published: Tuesday, 03 November 2020
  • , Updated: 03 November 2020, 07:53 PM IST

ସାଲେପୁର (ମନୋଜ ଆଚାର୍ଯ୍ୟ): ଟ୍ରାନ୍ସଫର୍ମର ଚୋରି କରିବାକୁ ଆସି ଧରା ପଡ଼ିଗଲେ ୨ ଚୋର। ଏପରି ଅଭିଯୋଗ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ୨ ଚୋରଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଗତକାଲି ରାତିରେ ସାଲେପୁର ଥାନା ଅଞ୍ଚଳର ୩ ଜଣ ଯୁବକ ଏକ ବାଇକ୍‌ରେ ମହାଙ୍ଗା ପର୍ଶୁରାମପୁର ଗାଁକୁ ଆସିଥିଲେ। ସେମାନେ ଟ୍ରାନ୍ସଫର୍ମର ଚୋରି କରିବା ପାଇଁ ଯୋଜନା କରୁଥିବା ବେଳେ ଗାଁ ଲୋକେ ଜାଣିପାରିଥିଲେ। ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବା ବେଳେ ଜଣେ ଅନ୍ଧକାରର ସୁଯୋଗ ନେଇ ଫେରାର ହୋଇଯାଇଥିଲା। ଅନ୍ୟ ୨ ଚୋରଙ୍କୁ ଗାଁ ଲୋକେ କାବୁ କରି ପୁଲିସକୁ ହସ୍ତାନ୍ତର କରିଛି।

Related story