‘ଧୂମ୍‌’ ଷ୍ଟାଇଲରେ ହୋଇଥିଲା ୟୁକୋ ବ୍ୟାଙ୍କ ଡକାୟତି

ଭୁବନେଶ୍ୱର: ରାଜଧାନୀର ୟୁକୋ ବ୍ୟାଙ୍କ ଲୁଟ୍‌ ହିନ୍ଦୀ ଫିଲ୍ମ ‘ଧୂମ୍‌’ ଷ୍ଟାଇଲରେ କରିଥିଲେ ଦୁର୍ବୃତ୍ତ। ଲୁଟ୍‌ରେ ଦୁଇଟି ବାଇକ୍‌ ବ୍ୟବହାର କରାଯାଇଥିଲା। ଯାହାକୁ ଅଭିଯୁକ୍ତମାନେ ବିହାରରୁ ଏକ ବଡ଼ ଟ୍ରକରେ ଆଣିଥିଲେ। ଟ୍ରକ୍‌ଟି ବରମୁଣ୍ଡରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ବାଇକ୍‌ରେ ଆସି ବ୍ୟାଙ୍କ ଲୁଟ୍‌ କରିଥିଲେ। ଲୁଟ୍‌ ପରେ ସେମାନେ ପୁଣି ବାଇକ୍‌ରେ ଟ୍ରକ୍‌କୁ ଫେରିଯାଇଥିଲେ। ସେଠାରୁ ଟ୍ରକ୍‌ ନେଇ ବାହାର ରାଜ୍ୟକୁ ଫେରାର ହୋଇଯାଇଥିଲେ। ଗିରଫ ଦୁଇ ଅଭିଯୁକ୍ତ ବିଜୟ ସାହା ଏବଂ ଭଗବତ ଠାକୁରକୁ […]

uco-bank

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 10:41 PM IST

ଭୁବନେଶ୍ୱର: ରାଜଧାନୀର ୟୁକୋ ବ୍ୟାଙ୍କ ଲୁଟ୍‌ ହିନ୍ଦୀ ଫିଲ୍ମ ‘ଧୂମ୍‌’ ଷ୍ଟାଇଲରେ କରିଥିଲେ ଦୁର୍ବୃତ୍ତ। ଲୁଟ୍‌ରେ ଦୁଇଟି ବାଇକ୍‌ ବ୍ୟବହାର କରାଯାଇଥିଲା। ଯାହାକୁ ଅଭିଯୁକ୍ତମାନେ ବିହାରରୁ ଏକ ବଡ଼ ଟ୍ରକରେ ଆଣିଥିଲେ। ଟ୍ରକ୍‌ଟି ବରମୁଣ୍ଡରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ବାଇକ୍‌ରେ ଆସି ବ୍ୟାଙ୍କ ଲୁଟ୍‌ କରିଥିଲେ। ଲୁଟ୍‌ ପରେ ସେମାନେ ପୁଣି ବାଇକ୍‌ରେ ଟ୍ରକ୍‌କୁ ଫେରିଯାଇଥିଲେ। ସେଠାରୁ ଟ୍ରକ୍‌ ନେଇ ବାହାର ରାଜ୍ୟକୁ ଫେରାର ହୋଇଯାଇଥିଲେ। ଗିରଫ ଦୁଇ ଅଭିଯୁକ୍ତ ବିଜୟ ସାହା ଏବଂ ଭଗବତ ଠାକୁରକୁ ପଚରାଉଚରା ବେଳେ ଏହା ଜଣାପଡିଛି।

ଡକାୟତି ପାଇଁ ହୋଇଥିବା ବ୍ଲ୍ୟୁ-ପ୍ରିଣ୍ଟର ମଧ୍ୟ ଖୋଲାସା ହୋଇଛି। ଏହି ଡକାୟତି ପାଇଁ ମାସେ ଧରି ପ୍ଲାନ କରିଥିଲେ ଅଭିଯୁକ୍ତ। ଏହାସହ ୩ ଥର ରେକି ମଧ୍ୟ କରିଥିଲେ।

ଏହି ଘଟଣାର ମାଷ୍ଟର ମାଇଣ୍ଡ ତଥା ଟ୍ରକ ମାଲିକ ମୋହନ ଏବେ ବି ଫେରାର ଅଛି।

Related story