ବଣିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ ଉଦଳା ବନ୍ଦ

ଉଦଳା:  ଆଇନଶୃଙ୍ଖଳା ପରିସ୍ଥିତି ଓ ପୋଲିସ୍‌ର ନିଷ୍କ୍ରିୟତା ଅଭିଯୋଗ ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଗାଡି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଏହି ବନ୍ଦକୁ ବସ୍‌ ମାଲିକ ସଂଘ ଓ ଅନ୍ୟ କେତେକ ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି। ଯଦି ସମସ୍ୟାର ସମାଧାନ ନ ହେଲା ବଣିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ […]

udala

Rakesh Mallick
  • Published: Thursday, 22 September 2016
  • , Updated: 22 September 2016, 12:58 PM IST

ଉଦଳା:  ଆଇନଶୃଙ୍ଖଳା ପରିସ୍ଥିତି ଓ ପୋଲିସ୍‌ର ନିଷ୍କ୍ରିୟତା ଅଭିଯୋଗ ପ୍ରତିବାଦରେ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଗାଡି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଏହି ବନ୍ଦକୁ ବସ୍‌ ମାଲିକ ସଂଘ ଓ ଅନ୍ୟ କେତେକ ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି। ଯଦି ସମସ୍ୟାର ସମାଧାନ ନ ହେଲା ବଣିକ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଉଦଳା ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି।

Related story