ଆକ୍ରମଣକାରୀଙ୍କ ଗିରଫ ଦାବିରେ ଉଦଳା ବନ୍ଦ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଘଟିଥିବା ଗଣ୍ଡଗୋଳରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଓ ଥାନା ଅଧିକାରୀଙ୍କ ବଦଳି ଦାବିରେ ଆଜି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିବା ବେଳେ ସମସ୍ତ ଦୋକାନବଜାର ବନ୍ଦ ରହିଛି। ଗତକାଲି ୪ ନମ୍ୱର ୱାର୍ଡରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏ ସମ୍ପର୍କରେ ଉଦଳା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଞ୍ଚଳବାସୀ ଥାନା ଘେରାଉ କରିଥିଲେ। […]

udala

Rakesh Mallick
  • Published: Wednesday, 21 September 2016
  • , Updated: 21 September 2016, 11:44 AM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଘଟିଥିବା ଗଣ୍ଡଗୋଳରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଓ ଥାନା ଅଧିକାରୀଙ୍କ ବଦଳି ଦାବିରେ ଆଜି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପ୍ରଭାବରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିବା ବେଳେ ସମସ୍ତ ଦୋକାନବଜାର ବନ୍ଦ ରହିଛି।

ଗତକାଲି ୪ ନମ୍ୱର ୱାର୍ଡରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏ ସମ୍ପର୍କରେ ଉଦଳା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ୍‌ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅଞ୍ଚଳବାସୀ ଥାନା ଘେରାଉ କରିଥିଲେ।

ଆଜି ସକାଳେ ପୋଲିସ୍‌ ଉକ୍ତ ଗଣ୍ଡଗୋଳରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଛି। ହେଲେ ଅନ୍ୟମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇନି। ଯଥାଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଓ ଥାନା ଅଧିକାରୀଙ୍କ ବଦଳି ଦାବିରେ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ ଅଞ୍ଚଳବାସୀ ଉଦଳା ବନ୍ଦ ଡାକରା ଦେଇଛନ୍ତି।

Related story