ଉଦଳା: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ୱାମୀ ଅଟକ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ମହିଳାଙ୍କୁ ହତ୍ୟା କରାଯାଇ ବିଲରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ରାଢୋ ଗାଁର ରବୀନ୍ଦ୍ର ଖଟୁଆଙ୍କ ପତ୍ନୀ ଜମୁନା ଖଟୁଆଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଚନ୍ଦନପୋଖରୀ ନିକଟରୁ ଉଦ୍ଧାର କରାଯାଇଛି। ମହିଳା ଜଣକ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ଶାଶୁ ଘର ଲୋକ କହୁଥିବା ବେଳେ ମୃତ ଯମୁନାଙ୍କ ବାପା ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ମୃତ ଯମୁନାଙ୍କ ବାପା  ସୁରେନ୍ଦ୍ର ବାରିକ କହିଛନ୍ତି,“ ଗତ ୧୧ ତାରିଖରେ […]

death

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 08:05 AM IST

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳାରେ ମହିଳାଙ୍କୁ ହତ୍ୟା କରାଯାଇ ବିଲରେ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ରାଢୋ ଗାଁର ରବୀନ୍ଦ୍ର ଖଟୁଆଙ୍କ ପତ୍ନୀ ଜମୁନା ଖଟୁଆଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଚନ୍ଦନପୋଖରୀ ନିକଟରୁ ଉଦ୍ଧାର କରାଯାଇଛି। ମହିଳା ଜଣକ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ଶାଶୁ ଘର ଲୋକ କହୁଥିବା ବେଳେ ମୃତ ଯମୁନାଙ୍କ ବାପା ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ମୃତ ଯମୁନାଙ୍କ ବାପା  ସୁରେନ୍ଦ୍ର ବାରିକ କହିଛନ୍ତି,“ ଗତ ୧୧ ତାରିଖରେ ଝିଅ ଆମ ଘରକୁ ଆସି ୪୦ ହଜାର ଟଙ୍କା ମାଗିଥିଲା। ମୋ ପାଖରେ ଏତେ ଟଙ୍କା ନ ଥିବାରୁ ଝିଅକୁ ମନା କରି ଦେଇଥିଲି। କିଛି ଦିନ ଗଲା ପରେ ଟଙ୍କା ହେଲେ ଦେବି ବୋଲି କହିଥିଲି। ତେବେ ଜ୍ୱାଇଁ ଫୋନ୍ କରି କହିଥିଲେ ତମ ଝିଅକୁ ଏଠାକୁ ପଠାଇଲେ ତାକୁ ପିଟି ପିଟି ତାର ଲାସ୍ ପଠାଇବି।  ଝିଅ ଏହି କଥା ନ ଶୁଣି ପିଲା ଦୁଇଟିକୁ ଛାଡ଼ିକି ଆସି ଯାଇ ଥିବାରୁ ସେ ଚାଲିଯାଇଥିଲା। ଗତକାଲି ରାତି ଗୋଟାଏରେ ମୋ ପାଖକୁ ଜ୍ୱାଇଁ ଫୋନ୍‌କରି କହିଲା ତମ ଝିଅ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଛି ତାକୁ ଆସି ନେଇଯାଅ। ”

ଏହି ଘଟଣାରେ ପୋଲିସ୍‌ ମହିଳାଙ୍କ ସ୍ୱାମୀ ରବୀନ୍ଦ୍ର ଖଟୁଆଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story