‘ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବ‍ଢ଼ାଇବା ପାଇଁ ପଦକ୍ଷେପ ନେଉଛି ୟୁଜିସି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବା ପାଇଁ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍‌(ୟୁଜିସି) ପକ୍ଷରୁ ପଦକ୍ଷେପ ନିଆଯାଉଛି। ପାଠ୍ୟ ଖସଡ଼ାରେ ସଂଶୋଧନ, ଅଧ୍ୟାପକମାନଙ୍କୁ ରେଗୁଲାର ରିଫ୍ରେଶର କୋର୍ସ, ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ଅଧିକ ପାଣ୍ଠି ପ୍ରଦାନ ନିମନ୍ତେ ୟୁଜିସି ନିଷ୍ପତ୍ତି ନେଇଛି। ଆସୋସିଏସନ୍‌ ଅଫ୍‌ ଇଣ୍ଡିଆନ୍‌ ୟୁନିଭର୍ସିଟିଜର କୁଳପତିମାନଙ୍କ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି ୟୁଜିସି ସଚିବ ରଜନୀଶ ଜୈନ। ଆଜି ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍‌ ୟୁନିଭର୍ସିଟିଜ୍‌ ସମ୍ମିଳନୀ […]

ugc-committed-to-enhance-quality-of-higher-education-says-its-secretary

Manoranjan Sial
  • Published: Saturday, 16 February 2019
  • , Updated: 16 February 2019, 07:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବଢ଼ାଇବା ପାଇଁ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍‌(ୟୁଜିସି) ପକ୍ଷରୁ ପଦକ୍ଷେପ ନିଆଯାଉଛି। ପାଠ୍ୟ ଖସଡ଼ାରେ ସଂଶୋଧନ, ଅଧ୍ୟାପକମାନଙ୍କୁ ରେଗୁଲାର ରିଫ୍ରେଶର କୋର୍ସ, ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ଅଧିକ ପାଣ୍ଠି ପ୍ରଦାନ ନିମନ୍ତେ ୟୁଜିସି ନିଷ୍ପତ୍ତି ନେଇଛି। ଆସୋସିଏସନ୍‌ ଅଫ୍‌ ଇଣ୍ଡିଆନ୍‌ ୟୁନିଭର୍ସିଟିଜର କୁଳପତିମାନଙ୍କ ସମ୍ମିଳନୀରେ ଯୋଗଦେଇ ଏହା କହିଛନ୍ତି ୟୁଜିସି ସଚିବ ରଜନୀଶ ଜୈନ।

ଆଜି ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍‌ ୟୁନିଭର୍ସିଟିଜ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍‌ଙ୍କ ସଚିବ ରଜନୀଶ୍ ଜୈନ୍ ଯୋଗଦେଇ କହିଛନ୍ତି, ଗ୍ଲୋବାଲ୍‌ ରାଙ୍କିଙ୍ଗରେ କିପରି ଦେଶର ଶିକ୍ଷାନୁଷ୍ଠାନ ଗୁଡ଼ିକ ସ୍ଥାନ ପାଇବ, ସେଥିଲାଗି ଅଧ୍ୟାପକଙ୍କର ଅଧିକରୁ ଅଧିକ ରିଫ୍ରେଶର କୋର୍ସ କରିବା ଲାଗି ୟୁଜିସି ଯୋଜନା ରଖିଛି। ଗବେଷଣାକୁ ଗୁରୁତ୍ୱ ଦେବା ପାଇଁ ଅଧିକ ଛାତ୍ରବୃତ୍ତି ଦେବାଲାଗି ମଧ୍ୟ ୟୁଜିସି ଚିନ୍ତା କରିଛି। ଖାଲି ସେତିକି ନୁହେଁ, ଫେକ୍‌ ବା ବେଆଇନ ଭାବେ ଚାଲୁଥିବା ଶିକ୍ଷାନୁଷ୍ଠାନ ଗୁଡିକରେ ଆଡମିଶନ୍ ନକରିବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସଚେତନ କରାଯାଉଥିବା ୟୁଜିସି ସଚିବ ଶ୍ରୀ ଜୈନ୍ କହିଛନ୍ତି।

Related story