ଉଦଯାପିତ ହେଲା କଳିଙ୍ଗ ଲଙ୍କା ଫାଉଣ୍ଡେସନ

ଭୁବନେଶ୍ୱର: ଓଡ଼ିଶା ଓ ଶ୍ରୀଲଙ୍କା ସମ୍ପର୍କକୁ ସୁଦୃଢ ପାଇଁ ଚାଲିଥିବା କର୍ମଶାଳା ଶନିବାର ଉଦଯାପିତ ହୋଇଯାଇଛି। କଳିଙ୍ଗ ଲଙ୍କା ଫାଉଣ୍ଡେସନ ପକ୍ଷରୁ ଦୁଇଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କର୍ମଶାଳା ଚାଲିଥିଲା। ଶେଷଦିନରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଛି। ଆଲୋଚନାର ମୁଖ୍ୟ ବିଷୟ ଥିଲା ପର୍ଯ୍ୟଟନ, ବାଣିଜ୍ୟ ଓ ଶିକ୍ଷାର ବିକାଶ। ପୂର୍ବତନ ରାଷ୍ଟ୍ରଦୂତ ତଥା କଳିଙ୍ଗ ଲଙ୍କା ଫାଉଣ୍ଡେସନର ସଭାପତି ଲଳିତ ମାନସିଂହ ଓଡିଶା ଓ ଶ୍ରୀଲଙ୍କା ହସ୍ତଶିଳ୍ପକୁ ନେଇ ପ୍ରଦର୍ଶନୀ କରାଯିବ ବୋଲି ସୂଚନା […]

lanja

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 03:45 PM IST

ଭୁବନେଶ୍ୱର: ଓଡ଼ିଶା ଓ ଶ୍ରୀଲଙ୍କା ସମ୍ପର୍କକୁ ସୁଦୃଢ ପାଇଁ ଚାଲିଥିବା କର୍ମଶାଳା ଶନିବାର ଉଦଯାପିତ ହୋଇଯାଇଛି। କଳିଙ୍ଗ ଲଙ୍କା ଫାଉଣ୍ଡେସନ ପକ୍ଷରୁ ଦୁଇଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ କର୍ମଶାଳା ଚାଲିଥିଲା। ଶେଷଦିନରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଛି। ଆଲୋଚନାର ମୁଖ୍ୟ ବିଷୟ ଥିଲା ପର୍ଯ୍ୟଟନ, ବାଣିଜ୍ୟ ଓ ଶିକ୍ଷାର ବିକାଶ। ପୂର୍ବତନ ରାଷ୍ଟ୍ରଦୂତ ତଥା କଳିଙ୍ଗ ଲଙ୍କା ଫାଉଣ୍ଡେସନର ସଭାପତି ଲଳିତ ମାନସିଂହ ଓଡିଶା ଓ ଶ୍ରୀଲଙ୍କା ହସ୍ତଶିଳ୍ପକୁ ନେଇ ପ୍ରଦର୍ଶନୀ କରାଯିବ ବୋଲି ସୂଚନା ଦେଇଛନ୍ତି। ଏଥିରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ମତ ରଖିଛନ୍ତି।

Related story