ଉଲିବୁରୁ ଖଣି ମହାଦୁର୍ନୀତି: ଯୋଡା ତତ୍କାଳୀନ ଉପନିର୍ଦ୍ଦେଶକଙ୍କ ଜାମିନ ଆବେଦନର ଆଜି ରାୟ ପ୍ରକାଶ

କେନ୍ଦୁଝର:  ଉଲିବୁରୁ ଖଣି ମହାଦୁର୍ନୀତି ମାମଲାରେ ଅଭିଯୁକ୍ତ ଯୋଡ଼ା ଖଣିକ୍ଷେତ୍ରର ତତ୍କାଳୀନ ଉପନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତିଙ୍କ ଜାମିନ ଆବେଦନ ଉପରେ ରାୟ ଆଜି ପ୍ରକାଶ ପାଇବ। ୬ ଦିନିଆ ବିଚାର ବିଭାଗୀୟ ହାଜତ ମିଆଦ ପୂରିବା ପରେ, ଗୁରୁବାର ମାନସଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିଦ୍ଦେର୍ଶ  ଦେଇଥିଲେ। ଏଥିସହ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ୨୦୦୩ […]

ulibuli

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 04:04 AM IST

କେନ୍ଦୁଝର:  ଉଲିବୁରୁ ଖଣି ମହାଦୁର୍ନୀତି ମାମଲାରେ ଅଭିଯୁକ୍ତ ଯୋଡ଼ା ଖଣିକ୍ଷେତ୍ରର ତତ୍କାଳୀନ ଉପନିର୍ଦ୍ଦେଶକ ମାନସ ରଞ୍ଜନ ମହାନ୍ତିଙ୍କ ଜାମିନ ଆବେଦନ ଉପରେ ରାୟ ଆଜି ପ୍ରକାଶ ପାଇବ। ୬ ଦିନିଆ ବିଚାର ବିଭାଗୀୟ ହାଜତ ମିଆଦ ପୂରିବା ପରେ, ଗୁରୁବାର ମାନସଙ୍କୁ କେନ୍ଦୁଝର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖିବାକୁ ନିଦ୍ଦେର୍ଶ  ଦେଇଥିଲେ। ଏଥିସହ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ୨୦୦୩ ଜୁଲାଇରୁ ୨୦୦୫ ଜୁଲାଇ ପର୍ଯ୍ୟନ୍ତ, ମାନସ ଯୋଡ଼ା ଖଣି କ୍ଷେତ୍ରରେ ଉପନିର୍ଦ୍ଦେଶକ ଥିଲେ। ଏହି ସମୟରେ ଦୀପକ ଗୁପ୍ତାଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବା ପ୍ରମାଣ ମିଳିଥିଲା। ୧୮ଶହ କୋଟି ଉଲିବୁରୁ ଖଣି ମହାଦୁର୍ନୀତି ସମ୍ପର୍କରେ ୨୦୧୩ ଜୁନ୍ ୨୫ରେ ପ୍ରଥମେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ମାନସଙ୍କୁ ନିଲମ୍ୱିତ କରାଯାଇଥିଲା। ଏହି ମାମଲାରେ ୨୬ ଜଣ ଅଭିଯୁକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪ ଜଣ ଗିରଫ ହୋଇଛନ୍ତି।

 

Related story