ପୁତୁରାକୁ ହାଣି ଦାଦା ଫେରାର

ମୋହନା (ମିହିର ଯତି): ରକ୍ତର ସମ୍ପର୍କ ହେଲା ତୁଚ୍ଛ। ପୁଅ ସମାନ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା। ହତ୍ୟା କରିବା ପରେ ଦାଦା ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ କମଳାପୁର ଗାଁରେ। ଗାଁର ଭୂଷଣ ନାୟକ ଓ ତାଙ୍କ ପୁତୁରା ବିଶ୍ୱନାଥଙ୍କ ମଧ୍ୟରେ ଗତକାଲି ରାତିରେ ଭୀଷଣ ଝଗଡ଼ା ହୋଇଥିଲା। ଝଗଡ଼ାଟି ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ଯାହା ଫଳରେ ଦାଦା ଭୂଷଣ […]

unckel

Ranjit Kumar Jena
  • Published: Thursday, 28 January 2021
  • , Updated: 28 January 2021, 04:54 PM IST

ମୋହନା (ମିହିର ଯତି): ରକ୍ତର ସମ୍ପର୍କ ହେଲା ତୁଚ୍ଛ। ପୁଅ ସମାନ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦାଦା। ହତ୍ୟା କରିବା ପରେ ଦାଦା ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ କମଳାପୁର ଗାଁରେ। ଗାଁର ଭୂଷଣ ନାୟକ ଓ ତାଙ୍କ ପୁତୁରା ବିଶ୍ୱନାଥଙ୍କ ମଧ୍ୟରେ ଗତକାଲି ରାତିରେ ଭୀଷଣ ଝଗଡ଼ା ହୋଇଥିଲା।

ଝଗଡ଼ାଟି ପରବର୍ତ୍ତୀ ସମୟରେ ଉଗ୍ର ରୂପ ନେଇଥିଲା। ଯାହା ଫଳରେ ଦାଦା ଭୂଷଣ ନାୟକ ନିଜ ରକ୍ତ ସମ୍ପର୍କ ପୁତୁରାକୁ ଏକ ଟାଙ୍ଗିଆରେ ହାଣି ଦେଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ବିଶ୍ୱନାଥକୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମଏଲସିଜିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାନରେ ପୁତୁରା ବିଶ୍ୱନାଥର ମୃତ୍ୟୁ ହୋଇଛି।

ଏହି ଘଟଣାକୁ ନେଇ ୱାର୍ଡ ମେମ୍ବର ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହଟିକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିଛି। ଏବେ ହତ୍ୟାକାରୀ ଦାଦା ଭୂଷଣ ନାୟକ ଫେରାର ଅଛି। ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

Related story