ଝିଆରୀକୁ ଦୁଷ୍କର୍ମ କଲା ପିଉସା !

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ନାବାଳିକାଙ୍କ ସମ୍ପର୍କୀୟ ପିଉସା ଡୁମ୍ୱି ସିଂ ବାନରାକୁ ପୁଲିସ୍ ଗିରଫ କରିଛି। ସୂଚନାଅନୁସାରେ, ନାବାଳିକାଙ୍କ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ତାଙ୍କର ବାହାରେ ରହି କାମ କରନ୍ତି। ତେଣୁ ଗତ ଦୁଇ ବର୍ଷ ହେବ ନାବାଳିକା ଜଣକ ତାଙ୍କ ସମ୍ପର୍କୀୟ ପିଉସା  ଡୁମ୍ୱି ସିଂ ବାନରାଙ୍କ ଘରେ ରହି ତାଙ୍କ ପିଲା ଛୁଆଙ୍କ ଦେଖାଶୁଣା […]

police

Jyoshna Pradhan
  • Published: Tuesday, 03 December 2019
  • , Updated: 03 December 2019, 01:11 PM IST

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ନାବାଳିକାଙ୍କ ସମ୍ପର୍କୀୟ ପିଉସା ଡୁମ୍ୱି ସିଂ ବାନରାକୁ ପୁଲିସ୍ ଗିରଫ କରିଛି।

ସୂଚନାଅନୁସାରେ, ନାବାଳିକାଙ୍କ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ତାଙ୍କର ବାହାରେ ରହି କାମ କରନ୍ତି। ତେଣୁ ଗତ ଦୁଇ ବର୍ଷ ହେବ ନାବାଳିକା ଜଣକ ତାଙ୍କ ସମ୍ପର୍କୀୟ ପିଉସା  ଡୁମ୍ୱି ସିଂ ବାନରାଙ୍କ ଘରେ ରହି ତାଙ୍କ ପିଲା ଛୁଆଙ୍କ ଦେଖାଶୁଣା କରୁଥିଲେ। ହେଲେ ଗତ ରବିବାର ଘରେ କେହି ନଥିବା ସୁଯୋଗ ନେଇ ଡୁମ୍ୱି ନିଜର ନାବାଳିକା ଝିଆରୀକୁ ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ କାନ୍ଦୁଥିବା ଦେଖି ଗାଁ ଲୋକେ ପଚାରି ବୁଝିଥିଲେ। ଏହାପରେ  ଗାଁ ଲୋକେ ଘଟଣା ସମ୍ପର୍କରେ ଗତକାଲି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଡୁମ୍ୱିକୁ ଗିରଫ କରିଛି। ଏଥିସହ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଛି।

Related story