ଓଡ଼ିଶାରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲାଗୁ ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି। ସରକାର ଆଇନ କାନୁନର ପରିଧି ଭିତରେ ରହିବାକୁ ଚାହୁଁ ନାହାନ୍ତି। ସେଥିରେ କେହି ପ୍ରଶ୍ନ କଲେ ତାଙ୍କୁ କଷ୍ଟ ହେଉଛି। ତେଣୁ ହେଲିକପ୍ଟର କଥା ଉଠାଇ ବାହାନା କରାଯାଉଛି। ଚିଲିକାରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁରୀ ଏସ୍‌ପିଙ୍କ ସମନ ପ୍ରସଙ୍ଗରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି-“ପୁରୀ ଏସ୍‌ପି ଏହି ମାମଲାରେ ଔଦ୍ଧତ୍ୟ ପ୍ରକାଶ କରିଛନ୍ତି। […]

Undeclared-emergency-in-force-in-odisha-says-union-minister-dharmendra-pradhan

Tapaswini Nayak
  • Published: Wednesday, 19 September 2018
  • , Updated: 19 September 2018, 05:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲାଗୁ ହୋଇଛି ଅଘୋଷିତ ଜରୁରୀକାଳୀନ ପରିସ୍ଥିତି। ସରକାର ଆଇନ କାନୁନର ପରିଧି ଭିତରେ ରହିବାକୁ ଚାହୁଁ ନାହାନ୍ତି। ସେଥିରେ କେହି ପ୍ରଶ୍ନ କଲେ ତାଙ୍କୁ କଷ୍ଟ ହେଉଛି।

ତେଣୁ ହେଲିକପ୍ଟର କଥା ଉଠାଇ ବାହାନା କରାଯାଉଛି। ଚିଲିକାରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁରୀ ଏସ୍‌ପିଙ୍କ ସମନ ପ୍ରସଙ୍ଗରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି-“ପୁରୀ ଏସ୍‌ପି ଏହି ମାମଲାରେ ଔଦ୍ଧତ୍ୟ ପ୍ରକାଶ କରିଛନ୍ତି। ପୁରୀରେ ଏ ପ୍ରକାର ଘଟଣା ପ୍ରତିଦିନ ଘଟୁଥିଲେ ମଧ୍ୟ କାହାକୁ ଆକଟ କରାଯାଉନି ।”
ଧର୍ମେନ୍ଦ୍ରଙ୍କ ଅଭିଯୋଗ ନେଇ ପୁରୀ ଏସପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related story