ଗଠନ ହେଲା ମହାନଦୀ ଟ୍ରିବ୍ୟୁନାଲ; କେନ୍ଦ୍ର କ୍ୟାବିନେଟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ଗଠନ ହେଲା ବହୁ ପ୍ରତୀକ୍ଷିତ ମହାନଦୀ ଟ୍ରିବ୍ୟୁନାଲ। କେନ୍ଦ୍ର ସରକାର, ଓଡ଼ିଶା ଓ ଛତିଶଗଡ଼ ସରକାର, ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ମଧ୍ୟରେ ବହୁ ବାଦ ବିବାଦ ପରେ ଆଜି ମହାନଦୀ ଟ୍ରିବ୍ୟୁନାଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ, ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ ଅନୁସାରେ ଟ୍ରିବ୍ୟୁନାଲ ଗଠନ କରାଯିବାକୁ ସ୍ଥିର ହୋଇଛି। ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଏବଂ ୨ ଜଣ ସଦସ୍ୟ ରହିବେ। […]

mahanadi-bridge-1

Rakesh Mallick
  • Published: Tuesday, 20 February 2018
  • , Updated: 20 February 2018, 02:29 PM IST

ନୂଆଦିଲ୍ଲୀ: ଗଠନ ହେଲା ବହୁ ପ୍ରତୀକ୍ଷିତ ମହାନଦୀ ଟ୍ରିବ୍ୟୁନାଲ। କେନ୍ଦ୍ର ସରକାର, ଓଡ଼ିଶା ଓ ଛତିଶଗଡ଼ ସରକାର, ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ ମଧ୍ୟରେ ବହୁ ବାଦ ବିବାଦ ପରେ ଆଜି ମହାନଦୀ ଟ୍ରିବ୍ୟୁନାଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଓଡ଼ିଶା ସରକାରଙ୍କ ଅନୁରୋଧ କ୍ରମେ, ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ ଅନୁସାରେ ଟ୍ରିବ୍ୟୁନାଲ ଗଠନ କରାଯିବାକୁ ସ୍ଥିର ହୋଇଛି। ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଏବଂ ୨ ଜଣ ସଦସ୍ୟ ରହିବେ। ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ବାଛିବେ ବୋଲି ଏଥିରେ ବିଧାନ ରହିଛି। ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ ବିଚାରପତି ଏହାର ଅଧ୍ୟକ୍ଷ ଓ ସଦସ୍ୟ ରହିବେ। ଟ୍ରିବ୍ୟୁନାଲ ୩ବର୍ଷ  ଭିତରେ ରିପୋର୍ଟ ପ୍ରଦାନ କରିବେ ଏବଂ ଆବଶ୍ୟକ ପଡ଼ିଲେ କାର୍ଯ୍ୟକାଳ ସର୍ବାଧିକ ଆଉ ୨ ବର୍ଷ ବଢ଼ି ପାରିବ। ମହାନଦୀ ଅବବାହିକା ଜଳ ବଣ୍ଟନକୁ ବ୍ୟବସ୍ଥିତ କରିବାକୁ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

 

Related story