‘ଦେଶର ବିକାଶ, ଲୋକଙ୍କ ଜୀବନରେ ଉନ୍ନତିରେ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ବିକାଶ ଓ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହାମାରୀ କରୋନା ପରିସ୍ଥିତିରେ ବିଜ୍ଞାନର କ୍ଷମତାକୁ ଅଧିକ ସୁଦୃଢ଼ କରିବାକୁ ଶିକ୍ଷା ଦେଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି। ଶନିବାର ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବରେ ଭର୍ଚୁଆଲ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ପରିଷଦ – ଖଣିଜ ଏବଂ ପଦାର୍ଥ ପ୍ରାଧୋଗିକ ସଂସ୍ଥା, ଭୁବନେଶ୍ୱର (ସିଏସଆଇଆର- […]

science

Manoranjan Sial
  • Published: Saturday, 05 December 2020
  • , Updated: 05 December 2020, 05:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର ବିକାଶ ଓ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମହାମାରୀ କରୋନା ପରିସ୍ଥିତିରେ ବିଜ୍ଞାନର କ୍ଷମତାକୁ ଅଧିକ ସୁଦୃଢ଼ କରିବାକୁ ଶିକ୍ଷା ଦେଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି। ଶନିବାର ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବରେ ଭର୍ଚୁଆଲ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ବିଜ୍ଞାନ ଏବଂ ଶିଳ୍ପ ଗବେଷଣା ପରିଷଦ - ଖଣିଜ ଏବଂ ପଦାର୍ଥ ପ୍ରାଧୋଗିକ ସଂସ୍ଥା, ଭୁବନେଶ୍ୱର (ସିଏସଆଇଆର-

ଆଇଏମଏମଟି) ପକ୍ଷରୁ “ଆତ୍ମନିର୍ଭର ଭାରତ ଓ ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନ” ଶୀର୍ଷକ ଭର୍ଚୁଆଲ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଶ୍ରୀ ପ୍ରଧାନ କହିଛନ୍ତି-“କୋଭିଡ‌୍‍-୧୯ର ପରିସ୍ଥିତି ଆଜି ନୂତନତ୍ୱକୁ ପ୍ରଧାନ୍ୟ ଦେବାର ନୂଆ ମାର୍ଗ ଦେଖାଇଛି।ପୂର୍ବାପେକ୍ଷା ବିଜ୍ଞାନର କ୍ଷମତାକୁ ଅଧିକ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଦେଇଛି। ଏହି ଅବସରରେ ଦେଶର ବୈଜ୍ଞାନିକ ସମୁଦାୟଙ୍କୁ ବାସ୍ତବ ଜୀବନର ଶିଳ୍ପ ଓ ସାମାଜିକ ସମସ୍ୟାର ସମାଧାନ କରିବ। ଏବଂ ‘ଇନୋଭେଟ ଫର୍‌ ଇଣ୍ଡିଆ’ ଦିଗରେ ଅଧିକ କାମ କରିବାକୁ ଆହ୍ୱାନ ଦେଇଛନ୍ତି।”

ସେ ଆହୁରି କହିଛନ୍ତି-“ଦେଶର ବୈଜ୍ଞାନିକ ସମୂହମାନେ ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ଦେଶ ଆହ୍ୱାନର ସମ୍ମୁଖୀନ ହୁଏ, ସେତେବେଳେ ସେମାନଙ୍କ ଦ୍ୱାରା ଇନୋଭେସନ ହିଁ ଆମକୁ ସେହି ଆହ୍ୱାନରୁ ଉଦ୍ଧାର କରିଥାଏ। ମହାକାଶଠାରୁ କୃଷି, ଔଷଧଠାରୁ ତୈଳ, ଗ୍ୟାସ ଏବଂ ଇସ୍ପାତ‌ ଯାଏଁ ଦେଶର ବୈଜ୍ଞାନିକମାନେ ଆତ୍ମନିର୍ଭର ହେବା ସହ ବିଶ୍ୱର ସାମଗ୍ରିକ କଲ୍ୟାଣ କରିବାରେ ବହୁତ ବଡ଼ ସଫଳତା ହାସଲ କରିଛନ୍ତି ।ଆଇଆଇଏସଏଫ-୨୦୨୦ ସଫଳତା ପାଇବା ସହ ଏହା ବିଜ୍ଞାନ ଏବଂ ସମାଜ ସହିତ ଯୋଡ଼ିହୋଇ ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ନୂଆ ନୂଆ ଉଦ୍ୟୋଗୀ ଇନୋଭେସନ ଆଣିବ।”

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନ, ଡିଏସଆଇଆରର ଡିସି, ସିଏସଆଇଆର ଓ ସଚିବ ଡା. ଶେଖର ସିଂ ମାଣ୍ଡେ, ସିଏସଆଇଆର- ଆଇଏମଏମଟିର ନିର୍ଦ୍ଦେଶକ ସୁଧାସତ୍ୱା ବାସୁ ପ୍ରମୁଖ ଯୋଗଦେଇଥିଲେ।

Related story