ଚାଷୀଙ୍କ କାଳିଆ ଟଙ୍କା କୁଆଡେ଼ ଗଲା?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ କାଳିଆ ଟଙ୍କା କୁଆଡେ଼ ଗଲା? ଢ଼େଙ୍କାନାଳ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାରଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି। ଏପରିକି ସେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ପ୍ରଶଂସା କରିଛନ୍ତି। ନୂଆ କୃଷି ଆଇନ୍‌ ଦ୍ୱାରା ଓଡ଼ିଶା ସମେତ ଭାରତବର୍ଷର ଚାଷୀମାନେ ଅଧିକ ଲାଭ ପାଇବେ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଚାଷୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି-“ଗତ ୬ ବର୍ଷରେ […]

dharmendra

Manoranjan Sial
  • Published: Saturday, 26 December 2020
  • , Updated: 26 December 2020, 06:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ କାଳିଆ ଟଙ୍କା କୁଆଡେ଼ ଗଲା? ଢ଼େଙ୍କାନାଳ ମିନି ଷ୍ଟାଡ଼ିୟମରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାରଙ୍କୁ ଏହି ପ୍ରଶ୍ନ ପଚାରିଛନ୍ତି। ଏପରିକି ସେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ପ୍ରଶଂସା କରିଛନ୍ତି। ନୂଆ କୃଷି ଆଇନ୍‌ ଦ୍ୱାରା ଓଡ଼ିଶା ସମେତ ଭାରତବର୍ଷର ଚାଷୀମାନେ ଅଧିକ ଲାଭ ପାଇବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ଚାଷୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି-“ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ବିଭିନ୍ନ କୃଷି ଯୋଜନା ତଥା ଡିବିଟି ଜରିଆରେ ମୋଟ୍‌ ୬୦ ହଜାର ୮୩୬.୯୭ କୋଟି ଟଙ୍କା ଦିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଢେଙ୍କାନାଳ ଚାଷୀଙ୍କଠାରୁ ମୋଦି ସରକାର ୧ ଲକ୍ଷ ୨୮ ହଜାର ୬୧୦ ମେଟ୍ରିକ ଟନର ଖାଦ୍ୟଶସ୍ୟ କ୍ରୟ କରିଛନ୍ତି। ୨୦୧୯- ୨୦ ଆର୍ଥିକ ବର୍ଷରେ ଅନୁଗୋଳ ଚାଷୀଙ୍କଠାରୁ ମୋଦି ସରକାର ୮୬ ହଜାର ୨୯୨ ମେଟ୍ରିକ ଟନର ଖାଦ୍ୟଶସ୍ୟ କ୍ରୟ କରିଛନ୍ତି। କିନ୍ତୁ ରାଜ୍ୟରେ ପ୍ରଶାସନ ଓ ମଧ୍ୟସ୍ଥିଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି। କେବଳ ଗୋଟିଏ ପକ୍ଷ ଦଳର ସମର୍ଥକଙ୍କୁ ଟୋକନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଉଛି।” ସେହିପରି ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଟଙ୍କା କୁଆଡେ଼ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ। ନୂଆ କୃଷି ଆଇନରେ ଚାଷୀମାନେ ଏପିଏମ୍‌ଏସି ମଣ୍ଡିରେ ନିଜର ଉତ୍ପାଦିତ ସାମଗ୍ରୀ ବିକ୍ରି କରିବା ସହ ଦେଶର ଯେ କୌଣସି ସ୍ଥାନରେ ବିକ୍ରି କରି ନିଜ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରିବେ। ନୂଆ କୃଷି ଆଇନରେ ଗୋଟିଏ ଦେଶ ଓ ଗୋଟିଏ ବଜାର ତଥା ଇ-ନାମର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଢ଼େଙ୍କାନାଳର ଆମ୍ୱ ବମ୍ୱେ ଓ ଅନୁଗୋଳର ଲିଚୁ ପଶ୍ଚିମବଙ୍ଗ ବଜାରରେ ବିକ୍ରି ହୋଇପାରିବ। ଚାଷୀଙ୍କୁ ଆତ୍ମନିର୍ଭର କରିବା ପାଇଁ ଏହି ନୂଆ କୃଷି ଆଇନ ହୋଇଛି। ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୃଷି ଆଇନରେ ବ୍ୟବସ୍ଥା ହୋଇଛି। କୃଷି ଉତ୍ପାଦ ସଂଗଠନ (ଏଫପିଓ) ଓ ୧ ଲକ୍ଷ କୃଷି ଭୂତିଭୂମି ପାଣ୍ଠି ଓଡ଼ିଶାର ଚାଷୀମାନଙ୍କୁ ଲାଭ ଦେବ।ଚାଷୀମାନେ ନିଜ ଉତ୍ପାଦିତ ସାମଗ୍ରୀର ବଜାର ମୂଲ୍ୟ ପାଇପାରିବେ। ଓଡ଼ିଶାର ବରଗଡ଼ ପରେ ଢ଼େଙ୍କାନାଳରେ କୃଷି ବର୍ଜ୍ୟରୁ ଇଥାନଲ୍‌ ପ୍ରସ୍ତୁତ କରାଯିବାର ମଧ୍ୟ ଯୋଜନା କରାଯାଉଛି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“୨୦୧୩-୧୪ ଆର୍ଥିକ ବର୍ଷରେ କଂଗ୍ରେସ ସରକାର ଓଡ଼ିଶାରୁ ୨.୮ ନିୟୁତ ମେଟ୍ରିକ ଟନର ଖାଦ୍ୟଶସ୍ୟ କ୍ରୟ କରିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଦି ସରକାରରେ ଓଡ଼ିଶାରୁ ୭.୦୫ ନିୟୁତ ମେଟ୍ରିକ ଟନ ଖାଦ୍ୟଶସ୍ୟ କିଣିଛନ୍ତି। ୨୦୧୪ରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୧୦ ଟଙ୍କା ଥିବା ବେଳେ ମୋଦି ସରକାରରେ ୨୦୧୯-୨୦ ବର୍ଷରେ ହୋଇଛି ୧୮୧୫ ଟଙ୍କା। ଚଳିତବର୍ଷ ଧାନର ଏମଏସପି ୧୮୬୭ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ମାତ୍ର କିଛି ନଖ ଘଷୁଥିବା ଗୋଷ୍ଠୀ, ଭାରତ ବିରୋଧୀ ଓ ପାକିସ୍ତାନର ଗୁଣଗାନ ଗାଉଥିବା ଲୋକମାନେ ପ୍ରଧାନମନ୍ତ୍ରୀଙ୍କ କୃଷି ଆଇନକୁ ବିରୋଧ କରିବାର ଷଡ଼ଯନ୍ତ୍ର କରୁଛନ୍ତି। କୃଷି ଆଇନକୁ ନେଇ ଚାଷୀଙ୍କ ମନରେ ଭ୍ରମ୍‌ ସୃଷ୍ଟି କରାଯାଉଛି। ଏମ୍‌ଏସ୍‌ପି ଓ ଜମି ଅନ୍ୟ ଜଣଙ୍କ ପାଖକୁ ଚାଲିଯିବାର ଭୟ ଚାଷୀଙ୍କ ମନରେ ତିଆରି କରାଯାଉଛି। ଏହାର ଜବାବ ଚାଷୀମାନେ

ନିଶ୍ଚିତ ଦେବେ।”

ସେ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଘରେ ବିଜୁ ପକ୍କାଘର ଯୋଜନାର ଷ୍ଟିକର ମରାଯାଉଛି। ପର ଘର ତିଅଣରେ ଅତିଥି ସତ୍କାର କରିବା ରାଜ୍ୟ ସରକାରଙ୍କୁ ଭଲ ଜଣା। ଓଡ଼ିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଉଥିବା ଟଙ୍କା ଉକ୍ତ ଘର ପର୍ଯ୍ୟନ୍ତ ପହଁଚାଇବା ପାଇଁ ଜଗିବା ଦରକାର। ୨୦୨୨ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ହେବା ନେଇ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଓଡ଼ିଶାକୁ ଘର ପାଇଁ କେନ୍ଦ୍ର ସରକାର ପଠାଉଥିବା ଟଙ୍କାକୁ ଜଗିବାର ଆବଶ୍ୟକତା
ରହିଛି।”

Related story