‘ଦିଲ୍ଲୀରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ଆପ୍‌ ଓ କଂଗ୍ରେସ ଭଳି ରାଜନୈତିକ ଦଳ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ୍‌ ଆଦମୀ ପାର୍ଟି(ଆପ୍‌) ଓ କଂଗ୍ରେସ ଭଳି ରାଜନୈତିକ ଦଳ ଦିଲ୍ଲୀରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି। ହେଲେ ଆଗାମୀ ନିର୍ବାଚନରେ ଏଠାକାର ଜନତା ସାଇନବାଗ୍‌ ଭଳି ଅରାଜକ ତତ୍ତ୍ୱ ବିରୋଧରେ ଭୋଟ ଦେବା ପାଇଁ ମନ ବନାଉଛନ୍ତି। ଆଉ ଦିଲ୍ଲୀରେ ବିଜେପି ସରକାର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି-“ଆମ୍‌ ଆଦମି ପାର୍ଟି କେବଳ ନକରାତ୍ମକ ପ୍ରସଙ୍ଗ ଉଠାଉଛି। ଦିଲ୍ଲୀର କୌଣସି ବିକାଶମୂଳକ ପ୍ରସଙ୍ଗ ଉଠାଉ […]

bjp

Manoranjan Sial
  • Published: Tuesday, 28 January 2020
  • , Updated: 28 January 2020, 09:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ୍‌ ଆଦମୀ ପାର୍ଟି(ଆପ୍‌) ଓ କଂଗ୍ରେସ ଭଳି ରାଜନୈତିକ ଦଳ ଦିଲ୍ଲୀରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି। ହେଲେ ଆଗାମୀ ନିର୍ବାଚନରେ ଏଠାକାର ଜନତା ସାଇନବାଗ୍‌ ଭଳି ଅରାଜକ ତତ୍ତ୍ୱ ବିରୋଧରେ ଭୋଟ ଦେବା ପାଇଁ ମନ ବନାଉଛନ୍ତି। ଆଉ ଦିଲ୍ଲୀରେ ବିଜେପି ସରକାର ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି-“ଆମ୍‌ ଆଦମି ପାର୍ଟି କେବଳ ନକରାତ୍ମକ ପ୍ରସଙ୍ଗ ଉଠାଉଛି। ଦିଲ୍ଲୀର କୌଣସି ବିକାଶମୂଳକ ପ୍ରସଙ୍ଗ ଉଠାଉ ନାହିଁ। ଦିଲ୍ଲୀ ଦେଶର ରାଜଧାନୀ ହୋଇଥିଲେ ମଧ୍ୟ ଗତ ୫ ବର୍ଷରେ ଯେପରି ବିକାଶ ହେବା କଥା ହୋଇନାହିଁ। ଦେଶରେ ବିକାଶଶୀଳ ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହେଲା ପରେ ମଧ୍ୟ ଦିଲ୍ଲୀ ପଛୁଆ ରହିଛି। ସିଏଏକୁ ବିରୋଧ କରିବା ଭଳି ଲୋକମାନେ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରୁଥିବା ଦେଖାଯାଇଛି। ଏହି କାରଣରୁ ଦଳ ଉପରେ ଦିଲ୍ଲୀବାସୀ ଅତିଷ୍ଠ ଅଛନ୍ତି।”

ସେ କହିଛନ୍ତି-“ଆମ୍‌ ଆଦମୀ ଦଳ ସାଧାରଣ ଜନତାଙ୍କର ଭରସା ହରାଇ ସାରିଛି। ଦିଲ୍ଲୀରେ ଖରାପ ପାଣି କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଥିବା ଦେଖାଯାଇଛି। ଚଳିତ ନିର୍ବାଚନରେ ଅରାଜକତା ବିରୋଧରେ ଦିଲ୍ଲୀବାସୀ ଭୋଟ ଦେବେ। ଦିଲ୍ଲୀର ନାଗରିକମାନେ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରୁଛନ୍ତି ଏବଂ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ ବଳାଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ବିଜେପିର ବିଜୟ ହେବ। ଦିଲ୍ଲୀରେ ବିଜେପି ସରକାର ହେଲେ ଅସ୍ଥାୟୀ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବା ନେଇ ମୋଦି ସରକାର ପ୍ରତିଶ୍ରୁତି ଦେଇଛନ୍ତି।”

Related story