‘ନୀତିଯୁକ୍ତ ଶିକ୍ଷା ଉତ୍ତମ ସମାଜ ଗଠନ ପାଇଁ ଜରୁରୀ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୀତିଯୁକ୍ତ ଶିକ୍ଷା ଉତ୍ତମ ସମାଜ ଗଠନ ପାଇଁ ଜରୁରୀ। ବରଗଡ଼ ଜିଲ୍ଲାର ନୂଆପାଲ୍ଲିଠାରେ ଗୁରୁକୁଳ ନବପ୍ରଭାତ ବୈଦିକ ଶିକ୍ଷାନୁଷ୍ଠାନର ୧୮ତମ ବାର୍ଷିକ ଉତ୍ସବ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି-“ନବପ୍ରଭାତ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ରାଜ୍ୟରେ ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ସ୍ଥାନୀୟ ଅଂଚଳରେ ପରମ୍ପରାଗତ ଶିକ୍ଷା ସହ ନୀତିଯୁକ୍ତ ଶିକ୍ଷା ଯଥା ସଂସ୍କୃତ, ଗୋ-ସେବା, କୃଷି, ନୈତିକ ସଂସ୍କାର ଭଳି ଶିକ୍ଷା ପ୍ରଦାନ କରିବାରେ […]

dharmendra

Manoranjan Sial
  • Published: Sunday, 09 February 2020
  • , Updated: 09 February 2020, 08:21 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୀତିଯୁକ୍ତ ଶିକ୍ଷା ଉତ୍ତମ ସମାଜ ଗଠନ ପାଇଁ ଜରୁରୀ। ବରଗଡ଼ ଜିଲ୍ଲାର ନୂଆପାଲ୍ଲିଠାରେ ଗୁରୁକୁଳ ନବପ୍ରଭାତ ବୈଦିକ ଶିକ୍ଷାନୁଷ୍ଠାନର ୧୮ତମ ବାର୍ଷିକ ଉତ୍ସବ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି-“ନବପ୍ରଭାତ ଚାରିଟେବୁଲ ଟ୍ରଷ୍ଟ ସହଯୋଗରେ ରାଜ୍ୟରେ ୨୦୦୦ ମସିହାରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ସ୍ଥାନୀୟ ଅଂଚଳରେ ପରମ୍ପରାଗତ ଶିକ୍ଷା ସହ ନୀତିଯୁକ୍ତ ଶିକ୍ଷା ଯଥା ସଂସ୍କୃତ, ଗୋ-ସେବା, କୃଷି, ନୈତିକ ସଂସ୍କାର ଭଳି ଶିକ୍ଷା ପ୍ରଦାନ କରିବାରେ ବଡ଼ ଭୂମିକା ନେଇଛି। ପୂଜ୍ୟ ସ୍ୱାମୀ ବିବେକାନନ୍ଦ ସରସ୍ୱତୀଜୀଙ୍କ ଆଶୀର୍ବାଦରୁ ଏହି ଶିକ୍ଷାନୁଷ୍ଠାନ ବିଗତ ୨୦ ବର୍ଷ ଧରି ଓଡ଼ିଶା ବିଶେଷ ଭାବରେ ପଶ୍ଚିମ ଓଡ଼ିଶାରେ ବୌଦ୍ଧିକ ସଂସ୍କୃତି, ସଭ୍ୟତା ଓ ଶିକ୍ଷାର ପ୍ରଚାର ପ୍ରସାର ସହ ସାମାଜିକ ଏବଂ ଆର୍ଥିକ ଉତ୍‌ଥାନ କାର୍ଯ୍ୟକ୍ରମରେ ଅଗ୍ରସର ହେଉଛି। ଏହି ଶିକ୍ଷାନୁଷ୍ଠାନ ସମସ୍ତଙ୍କ ପାଇଁ ପ୍ରେରଣାର କେନ୍ଦ୍ର ହୋଇପାରିଛି।”

ସେ ଆହୁରି କହିଛନ୍ତି-“ଏହି ଶିକ୍ଷାନୁଷ୍ଠାନ ନୈତିକ ଶିକ୍ଷା ସମେତ ଚାଷ ଓ ଗୋ’ ସେବା ଭଳି ବ୍ୟବହାରିକ ଜ୍ଞାନକୁ ପ୍ରୋତ୍ସାହନ ଦେବାରେ ଗୋଟିଏ ପ୍ରୟୋଗଶାଳା ହୋଇଛି। ଗୁରୁକୁଳ ନବପ୍ରଭାତ ବୈଦିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବିଶ୍ୱକୁ ନେତୃତ୍ୱ କରିବାର କ୍ଷମତା ରଖିଛନ୍ତି। ଏହି ଶିକ୍ଷାନୁଷ୍ଠାନକୁ ଏକ ବିଶ୍ୱବିଦ୍ୟାଳୟର ରୂପ ଦେବା ପାଇଁ ସମସ୍ତଙ୍କର ଇଚ୍ଛା ରହିଛି। ସମାଜର ସବୁ ବର୍ଗର ଲୋକଙ୍କ ପ୍ରୟାସରେ ଏହା ନିଶ୍ଚିତ ଭାବେ ଆଗାମୀ ଦିନରେ ଏକ ବିଶ୍ୱବିଦ୍ୟାଳୟର ରୂପ ନେବ। ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠ ଏକବିଂଶ ଶତାବ୍ଦୀରେ ନୂଆ ଧର୍ମକ୍ଷେତ୍ର ହେବ।”

Related story