ରଣେନ୍ଦ୍ରଙ୍କ ପରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ନିଗମ (CWC)କୁ ଉଚ୍ଛେଦ କରି ପାଟନା କ୍ଷେତ୍ରରେ ମିଶାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏହାକୁ ରାଜ୍ୟ ସରକାର ବିରୋଧ କରୁଥିବା ବେଳେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାସୱାନଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର CWC କାର୍ଯ୍ୟାଳୟ ସହିତ ପାଟନା କାର୍ଯ୍ୟାଳୟକୁ ମିଶାଇଲେ ଅଯଥା ଭୌଗୋଳିକ ଓ ପ୍ରଶାସନିକ ଚାପ ବୃଦ୍ଧି ପାଇବ। ତେଣୁ ଓଡ଼ିଶାବାସୀଙ୍କ […]

dharmendra

Manoranjan Sial
  • Published: Monday, 05 August 2019
  • , Updated: 05 August 2019, 06:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ପଣ୍ୟାଗାର ନିଗମ (CWC)କୁ ଉଚ୍ଛେଦ କରି ପାଟନା କ୍ଷେତ୍ରରେ ମିଶାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏହାକୁ ରାଜ୍ୟ ସରକାର ବିରୋଧ କରୁଥିବା ବେଳେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାସୱାନଙ୍କ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର CWC କାର୍ଯ୍ୟାଳୟ ସହିତ ପାଟନା କାର୍ଯ୍ୟାଳୟକୁ ମିଶାଇଲେ ଅଯଥା ଭୌଗୋଳିକ ଓ ପ୍ରଶାସନିକ ଚାପ ବୃଦ୍ଧି ପାଇବ। ତେଣୁ ଓଡ଼ିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ପାଶୱାନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରକୁ ଚିଠି ଲେଖି ଏଭଳି ନିଷ୍ପତ୍ତିର ଦୃଢ଼ ବିରୋଧ କରିବା ସଙ୍ଗେସଙ୍ଗେ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, “ଭୌଗଳିକ ଆହ୍ୱାନର ମୁକାବିଲା, ପ୍ରଶାସନିକ ଦକ୍ଷତା ବୃଦ୍ଧି ଓ ଭଣ୍ଡାରଣକାରୀଙ୍କ ସହିତ ସମ୍ପର୍କ ରଖିବା ତଥା ବିବାଦର ସମାଧାନ ଲାଗି ଭୁବନେଶ୍ୱରଠାରେ CWCର ଆଞ୍ଚଳିକ କାର୍ଯ୍ୟାଳୟ ୧୯୯୦ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ସେହି ସମୟରେ ପାଟନା କ୍ଷେତ୍ରଠାରୁ ଭିନ୍ନ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ଭୁବନେଶ୍ୱର କ୍ଷେତ୍ର ଅଧୀନରେ ୨୧ଟି ପଣ୍ୟାଗାର କାର୍ଯ୍ୟ କରୁଛି। ଏବେ ଏହାର ପରିଚାଳନା କ୍ଷମତା ୩.୪୮ ମେଟ୍ରିକ ଟନ୍‌ ହୋଇଥିବା ବେଳେ ୯୦ ପ୍ରତିଶତ ଦଖଲ ସହିତ ଏହା କାର୍ଯ୍ୟ କରୁଛି। ନିୟମିତ ଭାବେ ଲାଭରେ ମଧ୍ୟ ଚାଲିଛି। ଏହା ବ୍ୟତୀତ ଏହି କାର୍ଯ୍ୟାଳୟରେ ୯୦ ପ୍ରତିଶତ ଓଡ଼ିଆ କର୍ମଚାରୀ କାମ କରୁଛନ୍ତି।”

ସେ ଆହୁରି କହିଛନ୍ତି, “ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ତଥା ଓଡ଼ିଶା ରାଜ୍ୟ ସାଧାରଣ ବଣ୍ଟନ ନିଗମ(ଓଏସ୍‌ଏସ୍‌ସି)ର ଖାଦ୍ୟଶସ୍ୟ ଓ ବିଜ୍ଞପିତ ଖାଦ୍ୟ ସାମଗ୍ରୀ ସମେତ ବିଭିନ୍ନ ଜରୁରୀ ଖାଦ୍ୟ ସାମଗ୍ରୀ ଭଣ୍ଡାରଣ ଓ ସଂଗ୍ରହ କରି ରଖିବା ଦିଗରେ ଭୁବନେଶ୍ୱର CWC କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିସହିତ ଏହା ନିକଟରେ ‘ଫନି’ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ ସହାୟତା ଯୋଗାଇବା ଦିଗରେ ବେଶ ମହତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲା।”

Related story