ଟୟୋଟାର ନୂଆ ଗାଡ଼ି, ଯାହାର ବର୍ଜ୍ୟବସ୍ତୁ କେବଳ ପାଣି

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟୟୋଟା ଏକ ନୂଆ କାର୍‌ ବାହାର କରିଛି। ଏହି କାର୍‌ ପରିବେଶ ଉପଯୋଗୀ। ପାଣି ହେଉଛି ଏହାର ବର୍ଜ୍ୟବସ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ଧ୍ୟାନଚାନ୍ଦ ଷ୍ଟାଡିୟମ୍‌ରେ ଏହି  ହାଇଡ୍ରୋଜେନ୍‌ ଇନ୍ଧନ ଚାଳିତ କାରରେ ବୁଲିଛନ୍ତି। ଏହି ଅବସରରେ ସେ ନୂଆ ଉର୍ଜାର ସନ୍ଧାନ ପାଇଁ ଆହ୍ୱାନ ଦେଇଛନ୍ତି। ନୂଆ ଉର୍ଜା ଯୁଗରେ ହାଇଡ୍ରୋକାର୍ବନ ବିଶୁଦ୍ଧ ଇନ୍ଧନ ବୋଲି ସେ କହିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି-“ଦ୍ରୁତ ଗତିରେ ବଢୁଥିବା ଉର୍ଜା ଦୃଶ୍ୟପଟ୍ଟରେ ହାଇଡ୍ରୋଜେନ୍‌ […]

car

Manoranjan Sial
  • Published: Thursday, 05 December 2019
  • , Updated: 05 December 2019, 08:46 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟୟୋଟା ଏକ ନୂଆ କାର୍‌ ବାହାର କରିଛି। ଏହି କାର୍‌ ପରିବେଶ ଉପଯୋଗୀ। ପାଣି ହେଉଛି ଏହାର ବର୍ଜ୍ୟବସ୍ତୁ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀସ୍ଥିତ ଧ୍ୟାନଚାନ୍ଦ ଷ୍ଟାଡିୟମ୍‌ରେ ଏହି  ହାଇଡ୍ରୋଜେନ୍‌ ଇନ୍ଧନ ଚାଳିତ କାରରେ ବୁଲିଛନ୍ତି। ଏହି ଅବସରରେ ସେ ନୂଆ ଉର୍ଜାର ସନ୍ଧାନ ପାଇଁ ଆହ୍ୱାନ ଦେଇଛନ୍ତି। ନୂଆ ଉର୍ଜା ଯୁଗରେ ହାଇଡ୍ରୋକାର୍ବନ ବିଶୁଦ୍ଧ ଇନ୍ଧନ ବୋଲି ସେ କହିଛନ୍ତି।

ସେ ଟ୍ୱିଟରେ ଲେଖିଛନ୍ତି-“ଦ୍ରୁତ ଗତିରେ ବଢୁଥିବା ଉର୍ଜା ଦୃଶ୍ୟପଟ୍ଟରେ ହାଇଡ୍ରୋଜେନ୍‌ ପରିବେଶ ସହଯୋଗୀ ଓ ପରିବହନ କ୍ଷେତ୍ରରେ ସବୁଜ ଇନ୍ଧନଯୁକ୍ତ। ପ୍ରଦୂଷଣ ନୁହେଁ, ପାଣି ହେଉଛି ନୂଆ ଇନ୍ଧନର ବର୍ଜ୍ୟ। ବାୟୋମାସ, ନବୀକରଣ ଉର୍ଜା, ଏଲ୍‌ଏନ୍‌ଜି ସମେତ ବିଭିନ୍ନ ସ୍ରୋତରୁ ହାଇଡ୍ରୋଜେନ୍‌ ଉତ୍ପାଦନ କରାଯାଇ ପାରିବ। ଏହା ଲମ୍ୱା ସମୟ ପର୍ଯ୍ୟନ୍ତ ସଂରକ୍ଷଣ ମଧ୍ୟ କରାଯାଇପାରିବ।”

ସେ କହିଛନ୍ତି-“ଏହି କାରର ନିର୍ମାଣରେ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ତଥାପି ଏହାକୁ ନୂଆ ଟେକ୍ନୋଲୋଜି ମାଧ୍ୟମରେ ଜନତାଙ୍କୁ ସୁହାଇଲା ଭଳି ଶସ୍ତାରେ ନିର୍ମାଣ କରିବାର ଆବଶ୍ୟକତା ରହିଛି। ଭାରତ ଉର୍ଜା ସଂକ୍ରମଣ ଦେଇ ଗତି କରୁଛି। ବିଶ୍ୱ ଉର୍ଜା ସଂକ୍ରମଣକୁ ବହୁଳ ଭାବରେ ପ୍ରଭାବିତ କରୁଛି। ସରକାର ଉର୍ଜା ସଂକ୍ରମଣର ସ୍ଥାୟୀ ଓ ଦାୟିତ୍ୱସମ୍ପନ୍ନ ମଡେଲ୍‌ ବନାଇବା ପାଇଁ ନୂଆ ରାସ୍ତାର ସନ୍ଧାନରେ ଅଛନ୍ତି। ଆଗାମୀ ଦିନରେ ପରିବେଶକୁ ସ୍ୱଚ୍ଛ କରିବା ଦିଗରେ ମଧ୍ୟ ଏହି ଇନ୍ଧନର ବଡ଼ ଭୂମିକା ରହିବ।”

ଏହି ଅବସରରେ ଶ୍ରୀ ପ୍ରଧାନ ହାଇଡ୍ରୋଜେନ ଟେକ୍ନୋଲୋଜି ଉପରେ ସମସ୍ତଙ୍କ ଅବଗତ ନିମନ୍ତେ ଏକ କର୍ମଶାଳା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।

Related story