‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଗରିବ ମା’ଙ୍କୁ ନୂଆ ଉର୍ଜା ଦେଇଛି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶର ଗରିବ ମା’ ଭଉଣୀଙ୍କୁ ନୂଆ ଉର୍ଜା ଦେଇଛି। ଆଜି ଦେଶର ୧୦୦୦ରୁ ଊର୍ଦ୍ଧ୍ୱ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୪ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଭିଡିଓ କନଫେରେନ୍ସିଂରେ ଶ୍ରୀ ପ୍ରଧାନ ଓଡ଼ିଶା ସମେତ ଆସାମ, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟର ମହିଳା ଉଜ୍ଜଳା […]

gas

Manoranjan Sial
  • Published: Saturday, 16 May 2020
  • , Updated: 16 May 2020, 09:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶର ଗରିବ ମା’ ଭଉଣୀଙ୍କୁ ନୂଆ ଉର୍ଜା ଦେଇଛି। ଆଜି ଦେଶର ୧୦୦୦ରୁ ଊର୍ଦ୍ଧ୍ୱ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବା ଅବସରରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ୪ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଭିଡିଓ କନଫେରେନ୍ସିଂରେ ଶ୍ରୀ ପ୍ରଧାନ ଓଡ଼ିଶା ସମେତ ଆସାମ, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ଅନ୍ୟ ରାଜ୍ୟର ମହିଳା ଉଜ୍ଜଳା ହିତାଧିକାରୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଆସିବା ଦ୍ୱାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ଓ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଗ୍ୟାସ ଯୋଗାଣ ଉପରେ ଶ୍ରୀ ପ୍ରଧାନ କଥା ହୋଇଥିଲେ।

ଓଡ଼ିଶାର ଅନୁଗୋଳ ଜିଲ୍ଲାର ସନ୍ତୋଷୀ ମହାରଣା, କେନ୍ଦ୍ରାପଡାର ସୁହାନା ବିବି ଓ ଅନ୍ୟ ଉଜ୍ଜ୍ୱଳା ହିତାଧିକାରୀ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିଥିବା ବେଳେ କହିଥିଲେ ଯେ ପୂର୍ବରୁ ସେମାନେ କାଠ ଜାଳି ଚୂଲାରେ ରୋଷେଇ କରୁଥିଲେ। ଫଳରେ ସେମାନଙ୍କୁ ଅନେକ ହଇରାଣ ହେବାକୁ ପଡୁଥିଲା। ମାତ୍ର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଘରକୁ ଗ୍ୟାସ ଆସିବା ପରେ ସେମାନଙ୍କ କଷ୍ଟ ଲାଘବ ହୋଇପାରିଛି। ଉଜ୍ଜ୍ୱଳା ସେମାନଙ୍କ ଆଖିରୁ ଲୁହ ପୋଛିଚି। ସମୟ ବଞ୍ଚିବା ସହ ବଳକା ସମୟରେ ଅନେକ କାମ କରିପାରୁଛନ୍ତି। ବିଶେଷ କରି ‘କରୋନା’ ସମୟରେ ଘରେ ମାଗଣାରେ ଗ୍ୟାସ ପହଞ୍ଚିଥିରୁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ଉଜ୍ଜଳା ଲାଭାର୍ଥୀଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି,“ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ୱେଦନଶୀଳ ପଦକ୍ଷେପ। ଭାରତରେ ପ୍ରତିବର୍ଷ ଘରୋଇ ଧୂଆଁ କାରଣରୁ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଥିଲା। ତେବେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ମହିଳାଙ୍କ କଥା ଚିନ୍ତା କଲେ ଓ ତାଙ୍କ ଦୂରଦୃଷ୍ଟି କାରଣରୁ ଉଜ୍ଜ୍ୱଳା ଯୋଜନା ୨୦୧୬ ମେ’ ପହିଲାରେ ଆରମ୍ଭ ହେଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସଫଳତା ପୂର୍ବକ ୪ ବର୍ଷ ପୂରଣ କରିଥିବା ବେଳେ ଏହି ଯୋଜନାରେ ୮ କୋଟିରୁ ଊର୍ଦ୍ଧ୍ୱ ଗରିବ ପରିବାରଙ୍କ ଘରେ ଗ୍ୟାସ ପହଁଞ୍ଚି ପାରିଛି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ କରୋନା ସମୟରେ ମଧ୍ୟ ଦେଶର ଗରିବ ମାଆମାନଙ୍କ ଘରେ ଗ୍ୟାସ ପହଞ୍ଚିବା କାମକୁ ନିଶ୍ଚିତ କରାଯାଇଛି। ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତିକୁ ପୁନର୍ବାର ମଜବୁତ କରିବା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ତିନି ମାସ ପାଇଁ ମାଗଣାରେ ତିନୋଟି ଗ୍ୟାସ ସିଲିଣ୍ଡର ଯୋଗାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୬.୨୮ କୋଟିରୁ ଊର୍ଦ୍ଧ୍ୱ ଏଲ୍‌ପିଜି ସିଲିଣ୍ଡର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି। ବାହାର ରାଷ୍ଟ୍ରରୁ ଅଧିକ ଏଲ୍‌ପିଜି ଆମଦାନୀ କରାଯାଇଛି। ଦେଶର ଏଲ୍‌ପିଜି ଉତ୍ପାଦନକୁ ବୃଦ୍ଧି କରାଯାଇଛି। ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ତଥା ସମସ୍ତଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି।“

Related story