‘ଫୋନି’ ତାଣ୍ଡବର ଆହ୍ୱାନକୁ ସମ୍ଭାବନାରେ ପରିଣତ କରିବାକୁ ହେବ: ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫୋନି’ ତାଣ୍ଡବର ଆହ୍ୱାନକୁ ସମ୍ଭାବନାରେ ପରିଣତ କରିବାକୁ ହେବ। ଏଥିପାଇଁ ଦାୟିତ୍ୱ ନେବାକୁ ହେବ। ପ୍ରାକୃତିକ ଦୁର୍ବିପାକ ସମୟରେ ବଦାନ୍ୟତା ନୁହେଁ, ଦାୟିତ୍ୱ ନେଇ କାମ କରିବାକୁ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବାତ୍ୟା ପରବର୍ତ୍ତୀ ଆହ୍ୱାନର ମୁକାବିଲା କରିବା ନେଇ ସାମାଜିକ ଗଣମାଧ୍ୟମରେ ଦେଇଥିବା ବାର୍ତ୍ତାରେ ସେ ଏ କଥା କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ମଣିଷ ଯେତେବେଳେ କୋଣଠେସା ହୁଏ, ସେତେବେଳେ ନୂଆ ରାସ୍ତା ବାହାର […]

dharmendra

Jitendra Garnayak
  • Published: Friday, 10 May 2019
  • , Updated: 10 May 2019, 06:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫୋନି’ ତାଣ୍ଡବର ଆହ୍ୱାନକୁ ସମ୍ଭାବନାରେ ପରିଣତ କରିବାକୁ ହେବ। ଏଥିପାଇଁ ଦାୟିତ୍ୱ ନେବାକୁ ହେବ। ପ୍ରାକୃତିକ ଦୁର୍ବିପାକ ସମୟରେ ବଦାନ୍ୟତା ନୁହେଁ, ଦାୟିତ୍ୱ ନେଇ କାମ କରିବାକୁ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବାତ୍ୟା ପରବର୍ତ୍ତୀ ଆହ୍ୱାନର ମୁକାବିଲା କରିବା ନେଇ ସାମାଜିକ ଗଣମାଧ୍ୟମରେ ଦେଇଥିବା ବାର୍ତ୍ତାରେ ସେ ଏ କଥା କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ମଣିଷ ଯେତେବେଳେ କୋଣଠେସା ହୁଏ, ସେତେବେଳେ ନୂଆ ରାସ୍ତା ବାହାର କରେ। ‘ଫୋନି’ର ମହାପ୍ରଳୟରେ ମହାପ୍ରଭୁଙ୍କ ଆଖପାଖ ଅଞ୍ଚଳ ପ୍ରଭାବିତ ହୋଇଛି। କଟକ,ପୁରୀ, ଭୁବନେଶ୍ୱର ତଥା ଅନ୍ୟ ଜିଲ୍ଲାଗୁଡ଼ିକୁ ନେଇ ଏକବିଂଶ ଶତାବ୍ଦୀର ମାନର ଭିତ୍ତିଭୂମି ତଥା ଅର୍ଥନୈତିକ ସମ୍ଭାବନାର ଦୀର୍ଘମିଆଦି କଳ୍ପନା କରିବା ‘ଫୋନି’ର ଆହ୍ୱାନ।

ସେ କହିଛନ୍ତି, ୧୯୯୯ର ମହାବାତ୍ୟା, ହୁଡ୍‌ଡୁଡ୍‌, ଫାଇଲିନ୍‌ ଓ ତିତ୍‌ଲିର ଅନୁଭୂତି ଆଧାରରେ ନୂଆ ପରିକଳ୍ପନା, ଚିନ୍ତାଧାରା ଓ ଉତ୍ସାହ ନେଇ କାମ କରିବା ଏହି ସମୟର ଆହ୍ୱାନ।

ଶ୍ରୀ ପ୍ରଧାନ ଆଉ କ’ଣ କହିଛନ୍ତି, ଏହି ଭିଡିଓରୁ ଶୁଣନ୍ତୁ-

Related story