ନୂତନ ଶିକ୍ଷାନୀତି ଓଡ଼ିଆ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ବଢ଼ାଇବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂତନ ଶିକ୍ଷାନୀତି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତାର ବିକାଶ କରିବାରେ ସହାୟକ ହେବ। ବୁଧବାର ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଥିଙ୍କ ଇଣ୍ଡିଆ ପକ୍ଷରୁ ଆୟୋଜିତ ମୋ ନୂତନ ଶିକ୍ଷାନୀତି (ମାଇଁଏନ୍‌ଇପି) ଓଡ଼ିଶା ଆମ୍ୱାସେଡର ସମ୍ୱାଦ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। “ଏକବିଂଶ ଶତାବ୍ଦୀରେ ନୂତନ ଶିକ୍ଷାନୀତିର ଆବଶ୍ୟକତା ଓ ଭୂମିକା” ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଶ୍ରୀ ପ୍ରଧାନ କହିଛନ୍ତି-“ଏକବିଂଶ ଜ୍ଞାନ ଆଧାରିତ ଶତାବ୍ଦୀ। ସମାଜ […]

dharmendra

Manoranjan Sial
  • Published: Wednesday, 30 September 2020
  • , Updated: 30 September 2020, 08:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂତନ ଶିକ୍ଷାନୀତି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତାର ବିକାଶ କରିବାରେ ସହାୟକ ହେବ। ବୁଧବାର ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଥିଙ୍କ ଇଣ୍ଡିଆ ପକ୍ଷରୁ ଆୟୋଜିତ ମୋ ନୂତନ ଶିକ୍ଷାନୀତି (ମାଇଁଏନ୍‌ଇପି) ଓଡ଼ିଶା ଆମ୍ୱାସେଡର ସମ୍ୱାଦ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ଏକବିଂଶ ଶତାବ୍ଦୀରେ ନୂତନ ଶିକ୍ଷାନୀତିର ଆବଶ୍ୟକତା ଓ ଭୂମିକା” ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଶ୍ରୀ ପ୍ରଧାନ କହିଛନ୍ତି-“ଏକବିଂଶ ଜ୍ଞାନ ଆଧାରିତ ଶତାବ୍ଦୀ। ସମାଜ ଆଧୁନିକ, ବୈଜ୍ଞାନିକ ଓ ପ୍ରଗତିଶୀଳ ନହେଲେ ପଛରେ ପଡ଼ିଯିବ। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଶିକ୍ଷାନୀତି ଆରମ୍ଭ କରିଛନ୍ତି। ନୂତନ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ତିଆରି ହେବ। ଅର୍ଥାତ ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ଶିକ୍ଷାର ସ୍ୱାଧୀନତା ଓ ସ୍ୱାୟତ୍ତତା ବଢ଼ିବ।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି-“ଦୀର୍ଘ ତିନି ଦଶନ୍ଧି ପରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣୀତ ନୂଆ ଶିକ୍ଷାନୀତିରେ ତ୍ରିଭାଷା ଯଥା ଇଂରାଜୀ, ହିନ୍ଦୀ ଓ ଆମର ମତ ଏବଂ ଭାବନାକୁ ପରିପ୍ରକାଶ କରୁଥିବା ଆଞ୍ଚଳିକ ଭାଷା ବା ମାତୃଭାଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଏହା ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଆଗ୍ରହକୁ ବିକଶିତ କରିବା ସହ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବ। ଶିକ୍ଷା ସମାଜରେ ନୂଆ ଆତ୍ମବିଶ୍ୱାସ ତିଆରି କରିବା ପାଇଁ ଏବଂ ଜ୍ଞାନ ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ। ଆମ ଶିକ୍ଷା ବ୍ୟବସ୍ଥା ରୋଜଗାର ସହ ଯୋଡ଼ି ହୋଇଛି। ଏହାକୁ ଆଧାର କରି ନୂଆ ଜାତୀୟ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କ ଉଭୟ ଦକ୍ଷତା ଓ ଚାକିରିକୁ ଗୁରୁତ୍ୱ ଦିଆଯାଇଛି।”

ସେ କହିଛନ୍ତି-“ସ୍ୱାଧୀନ ଭାରତରେ ଆମ ଦେଶରେ ଗବେଷଣା କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ଓ ଅଧିକ ବୌଦ୍ଧିକ କ୍ଷମତା ଥିବା ଲୋକମାନେ ଅଛନ୍ତି। ନୂଆ ଶିକ୍ଷାନୀତି ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ  ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ। ତେବେ ଶିକ୍ଷାବିତ, ଶିଳ୍ପାନୁଷ୍ଠାନ ଓ ସରକାର ମିଳିତ ଭାବେ ଗବେଷଣା ଆଧାରିତ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ନୂଆ ଶିକ୍ଷା ନୀତି ରୋଜଗାର, ସ୍ୱରୋଜଗାର ବଢ଼ଇବା ପାଇଁ ସାହାଯ୍ୟ କରିବା ସହ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପଛୁଆ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ସୃଷ୍ଟି କରିବ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ଆତ୍ମନିର୍ଭର ହେବେ ଓ ଦେଶ ଆତ୍ମନିର୍ଭର ହେବ।”

Related story