ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣିଅମଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ ପୂର୍ବ ଭାରତକୁ ଇସ୍ପାତର ପେଣ୍ଠସ୍ଥଳୀ କରିବା ପାଇଁ ଭବିଷ୍ୟତ ରୋଡ୍‌ମ୍ୟାପ୍‌‍ ଉପରେ ଆଲୋଚନା ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି-“ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ପୂର୍ବ ଭାରତକୁ ଆଗେଇ ନେବାର ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ପୂର୍ବୋଦୟ ଯୋଜନା ପୂର୍ବ ଭାରତକୁ ଜାତୀୟ ଅଭିବୃଦ୍ଧିରେ ଆଗେଇ ନେବ। ଆଗାମୀ ଦିନରେ ପୂର୍ବ ଭାରତ ସମ୍ପୂର୍ଣ୍ଣ ଇସ୍ପାତର […]

dharmendra

Manoranjan Sial
  • Published: Tuesday, 21 July 2020
  • , Updated: 21 July 2020, 09:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କୃଷ୍ଣମୂର୍ତ୍ତି ସୁବ୍ରମଣିଅମଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ ପୂର୍ବ ଭାରତକୁ ଇସ୍ପାତର ପେଣ୍ଠସ୍ଥଳୀ କରିବା ପାଇଁ ଭବିଷ୍ୟତ ରୋଡ୍‌ମ୍ୟାପ୍‌‍ ଉପରେ ଆଲୋଚନା ହୋଇଛି।

ଶ୍ରୀ ପ୍ରଧାନ କହିଛନ୍ତି-“ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ପୂର୍ବ ଭାରତକୁ ଆଗେଇ ନେବାର ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ପୂର୍ବୋଦୟ ଯୋଜନା ପୂର୍ବ ଭାରତକୁ ଜାତୀୟ ଅଭିବୃଦ୍ଧିରେ ଆଗେଇ ନେବ। ଆଗାମୀ ଦିନରେ ପୂର୍ବ ଭାରତ ସମ୍ପୂର୍ଣ୍ଣ ଇସ୍ପାତର ପେଣ୍ଠସ୍ଥଳୀ ହେଲେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୀତି ସୁଦୃଢ ହେବ ଓ ଯୁବକଙ୍କ ପାଇଁ ଗୋଟିଏ ବଡ଼ ସୁଯୋଗ ସୃଷ୍ଟି ହେବ। ଏହି ଯୋଜନା ଆତ୍ମନିର୍ଭର ଭାରତ ତିଆରି କରିବାରେ ମଧ୍ୟ ଯୋଗଦାନ ରହିବ।”

ପୂର୍ବ ଭାରତରେ ଇସ୍ପାତ କ୍ଷେତ୍ରକୁ ମଜବୁତ କରିବାର ଲକ୍ଷ୍ୟ ନେଇ ହୋଇଥିବା ଏହି ବୈଠକରେ ଇସ୍ପାତ ମନ୍ତ୍ରାଳୟ ଓ ସିପିଏସଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଇସ୍ପାତର ରପ୍ତାନୀ ବୃଦ୍ଧି, ଉଚ୍ଚକୋଟୀର ସାମଗ୍ରୀ ଉତ୍ପାଦନରେ ଉନ୍ନତି, ଆମଦାନୀ, ମୂଲ୍ୟ ଓ ଇସ୍ପାତ‌୍‍ କ୍ଲଷ୍ଟର ଉପରେ ଭବିଷ୍ୟତର ରୋଡମ୍ୟାପ୍‌‍ ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।

Related story