ବିଜେଡି ହିଂସାର ଜବାବ ବ୍ୟାଲଟ୍‌ରେ ଦେବେ ଓଡ଼ିଶାବାସୀ: ଧର୍ମେନ୍ଦ୍ର

Ordigital Desk
  • Published: Thursday, 18 April 2019
  • , Updated: 18 April 2019, 05:02 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରାଜୟର ଭୟରେ ବିଜେଡି ହିଂସାର ମାର୍ଗ ଆପଣେଇଛି। ରାଜ୍ୟବାସୀ ଭୋଟରେ ଏହାର ଉଚିତ୍ ଜବାବ ଦେବେ। ଆଜି ଏପରି ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।</p> <p>ସୋଶାଲ ମିଡ଼ିଆରେ ଶ୍ରୀ ପ୍ରଧାନ ବାର୍ତ୍ତା ଦେଇ କହିଛନ୍ତି-&ldquo;ମୁଖ୍ୟମନ୍ତ୍ରୀ ରାଜ୍ୟ ତମାମ ହିଂସା, ଅପରାଧ ଓ ଭୟର ବାତାବରଣ ତିଆରି କରିବା ପାଇଁ ଚାହୁଁଛନ୍ତି। ମୁଖ୍ୟମନ୍ତ୍ରୀ ଯଦି ଏତେ ଲୋକପ୍ରିୟ, ତାହାହେଲେ ଏତେ ଡର କାହିଁକି? ହିଂସା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ବସିଥିବା ୨ରୁ ୩ ଜଣ ଅଣ ଓଡ଼ିଆ ସରକାରୀ ଅଧିକାରୀ ରହିଛନ୍ତି। ଓଡ଼ିଶାରେ ଗଣତନ୍ତ୍ରକୁ କଣ୍ଠରୋଧ କରିବା ପାଇଁ ସେମାନେ ଦୁଃସାହସ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିନା ନିର୍ଦ୍ଦେଶରେ ଏଠାକାର ନିର୍ବାଚନ ଅଧିକାରୀ କମା, ଫୁଲଷ୍ଟପ୍ ଲଗାଉନାହାନ୍ତି। ମୁଖ୍ୟମନ୍ତ୍ରୀ ବା ତାଙ୍କ ମନ୍ତ୍ରୀଙ୍କୁ ଆଖି ଦେଖାଇଲେ ଫ୍ଲାଗ ମାର୍ଚ୍ଚ ଓ ୩୦୭ ଦଫାରେ ମାମଲା ରୁଜୁ ହୋଇଯାଉଛି। କିନ୍ତୁ ବିଜେପି କର୍ମୀଙ୍କୁ ହତ୍ୟା ଓ ମରଣାନ୍ତକ ଆକ୍ରମଣ ହେଲେ ପ୍ରଶାସନ ନିରବ।&quot;</p> <p>ଅଧିକ ଶୁଣନ୍ତୁ:</p>

Related story