ସମଲେଇଙ୍କ ହୁଣ୍ଡିରୁ ବାହାରିଲା ଚିଠି: ପ୍ରେମିକ ସହ ବାହା କରାଇ ଦେବାକୁ ଗୁହାରୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଜୟ ମାଁ ସମଲେଇ, ମାଁ ଗୋ ମୋର ଜୁହାର ଗ୍ରହଣ କର। ମାଁ ମୁଇଁ ତୋର ନିକେ ଗୁଟେ ଆଶା ନେଇ କରି ଆସିଛେ। ମାଆ ଗୋ ମୋର ପ୍ୟାର ରବୀନ୍ଦ୍ର ସାଙ୍ଗେ ମୋତେ ବିହା କରେଇ ଦେ, ମାଆ ସମକିରର ସହମତିରେ। ଜୟ ମା’ ଜଗତଜନନୀ କି ଜୟ। ଆଜି ମା ସମଲେଶ୍ୱରୀଙ୍କ ହୁଣ୍ଡିରୁ ମିଳିଛି ଏହି ଚିଠି। ଚିଠିରେ ରହିଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କୁ ଜଣେ ଭକ୍ତର ଆକୁଳ […]

samalai

  • Published: Monday, 26 September 2022
  • , Updated: 27 September 2022, 03:13 PM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଜୟ ମାଁ ସମଲେଇ, ମାଁ ଗୋ ମୋର ଜୁହାର ଗ୍ରହଣ କର। ମାଁ ମୁଇଁ ତୋର ନିକେ ଗୁଟେ ଆଶା ନେଇ କରି ଆସିଛେ। ମାଆ ଗୋ ମୋର ପ୍ୟାର ରବୀନ୍ଦ୍ର ସାଙ୍ଗେ ମୋତେ ବିହା କରେଇ ଦେ, ମାଆ ସମକିରର ସହମତିରେ। ଜୟ ମା’ ଜଗତଜନନୀ କି ଜୟ। ଆଜି ମା ସମଲେଶ୍ୱରୀଙ୍କ ହୁଣ୍ଡିରୁ ମିଳିଛି ଏହି ଚିଠି। ଚିଠିରେ ରହିଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କୁ ଜଣେ ଭକ୍ତର ଆକୁଳ ନିବେଦନ। ନିଜ ପ୍ରେମକୁ ସାକାର କରିବାକୁ ମାଆଙ୍କୁ ଜଣାଇଛନ୍ତି ମନର କଥା। ତାଙ୍କ ଗୁହାରୀର ମାଧ୍ୟମ ହେଉଛି ଏ ହାତଲେଖା ଚିଠି। ଆଜି ସମେଲେଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ବେଳେ ସାମ୍ନାକୁ ଆସିଛି ଏଭଳି ଚିଠି। ଯେଉଁଥିରେ ମାଆଙ୍କୁ ଅନ୍ତରର କଥା ଜଣାଇ ମାନସିକ ପୂରଣ ପାଇଁ ଲେଖିଛନ୍ତି ଜଣେ ଭକ୍ତ ରୂପି ପ୍ରମିକା।

ଅଭିଷ୍ଟ ପୂରଣ ପାଇଁ ଭଗବାନଙ୍କ ନିକଟରେ କିଏ କେତେ ପ୍ରକାରରେ ଗୁହାରୀ କରେ। କିଏ ହାତ ଯୋଡି, କିଏ ସାଷ୍ଟାଙ୍ଗ ମୁଣ୍ଡିଆ ମାରି, କିଏ ନୈବେଦ୍ୟ ଅର୍ପଣ କରି ତ ଆଉ କିଏ ପୂଜା ଓ ପ୍ରାର୍ଥନା ଆଦି କରି ଠାକୁର ଠାକୁରାଣୀଙ୍କୁ ପ୍ରସନ୍ନ କରିଥାନ୍ତି। କେତେ କଣ ଉପାୟରେ ମନର କଥା ଠାକୁରଙ୍କୁ ଜଣାନ୍ତି। କିନ୍ତୁ ମାନସିକ କରି ଦେବାଦେବୀଙ୍କୁ ଚିଠି ବି ଲେଖାଯାଇପାରେ। ସେ କଥା, ମା ସମଲେଶ୍ୱରୀଙ୍କ ହୁଣ୍ଡି ଖୋଲିବା ପରେ ସାମ୍ନାକୁ ଆସିଛି।

ସେହିଭଳି ଆଉ ଏକ ଚିଠିରେ ନିଜ ଝିଅ କିଭଳି ନିଟ୍ ପରୀକ୍ଷାରେ ସଫଳ ହେବ, ସେ ନେଇ ମନୋସ୍କାମନା କରିଛନ୍ତି ଜଣେ ମାଆ। କେବଳ ଏ ଦୁଇଟି ନୁହେଁ, ବଙ୍ଗଳା ଏବଂ ତାମିଲ ଆଦି ଭାଷାରେ ଲେଖାଥିବା ଆଉ କିଛି ଚିଠି ବି ହୁଣ୍ଡିରୁ ମିଳିଛି।

ସୂଚନା ଥାଉକି, ସମ୍ବଲପୁରର ମାଆ ସମଲେଇଙ୍କ ହୁଣ୍ଡି ମାସକୁ ଗୋଟିଏ ଥର ଖୋଲାଯାଏ। ପ୍ରତିଥର ହୁଣ୍ଡିରୁ ମିଳିଥିବା ଟଙ୍କା, ସୁନା ରୂପା ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀ ଗଣତି କରାଯାଇ ବ୍ୟାଙ୍କରେ ଜମା ରଖାଯାଏ। ତେବେ ହୁଣ୍ଡିରୁ ଚିଠି ମିଳିବା ଘଟଣା ନୂଆ ନୁହେଁ। ମାଆଙ୍କ ଉପରେ ବିଶ୍ୱାସ କରୁଥିବା ଭକ୍ତମାନେ ନିଜ ମନୋସ୍କାମନା ପୂରଣ ପାଇଁ ଆଗରୁ ବି ଏମିତି ଅନେକ ଚିଠି ଦେଇଥିବା କଥା କହିଛନ୍ତି ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ତ୍ତୃପକ୍ଷ।

Related story