ସାତ ଜନମର ସାଥୀ ହେଲେ ସୁଧାଂଶୁ ଓ ସୁଚିତ୍ରା

ପୁରୀ(ଓଡ଼ିଶା ରିପୋର୍ଟର): ଡିଜେ ବାଜୁଛି। ଧୁମ୍‌ଧଡ଼କା ବୋବାଲିଆ ନାଚ ହେଉଛି। ଗାଁ ଦାଣ୍ଡ ଦୁଲୁକେଇ ବର ଆସୁଛି କନିଆଁ ଘରକୁ। ବନ୍ଧୁବାନ୍ଧବ ସାଙ୍ଗସାଥୀଙ୍କ ମେଳରେ ଧୁମ୍ ଜମିଥିଲା ବାହା ରୋଷଣୀ। ହସ ଖୁସି ବାହାରି ପଡୁଥିଲା ବର। ଆଉ ଏପଟେ ଅୟୁତ ଆଶା ନେଇ ବେଦୀକୁ ଯିବାକୁ ସଜେଇ ହୋଇ ବସିଥିଲା କନ୍ୟା। ହେଲେ ବାହାଘରର ଏତେ ସବୁ କୋଳାହଳ କିନ୍ତୁ ଶବ୍ଦହୀନ ଥିଲା ଏ ସୁନ୍ଦର ଯୋଡ଼ିଙ୍କ ପାଇଁ। ଠାର ଠାରରେ ପ୍ରେମ। ବ୍ରାହ୍ମଣଙ୍କ ମନ୍ତ୍ରପାଠ […]

puri

Manoranjan Sial
  • Published: Monday, 11 February 2019
  • , Updated: 11 February 2019, 10:57 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଡିଜେ ବାଜୁଛି। ଧୁମ୍‌ଧଡ଼କା ବୋବାଲିଆ ନାଚ ହେଉଛି। ଗାଁ ଦାଣ୍ଡ ଦୁଲୁକେଇ ବର ଆସୁଛି କନିଆଁ ଘରକୁ। ବନ୍ଧୁବାନ୍ଧବ ସାଙ୍ଗସାଥୀଙ୍କ ମେଳରେ ଧୁମ୍ ଜମିଥିଲା ବାହା ରୋଷଣୀ। ହସ ଖୁସି ବାହାରି ପଡୁଥିଲା ବର। ଆଉ ଏପଟେ ଅୟୁତ ଆଶା ନେଇ ବେଦୀକୁ ଯିବାକୁ ସଜେଇ ହୋଇ ବସିଥିଲା କନ୍ୟା।

ହେଲେ ବାହାଘରର ଏତେ ସବୁ କୋଳାହଳ କିନ୍ତୁ ଶବ୍ଦହୀନ ଥିଲା ଏ ସୁନ୍ଦର ଯୋଡ଼ିଙ୍କ ପାଇଁ। ଠାର ଠାରରେ ପ୍ରେମ। ବ୍ରାହ୍ମଣଙ୍କ ମନ୍ତ୍ରପାଠ ଭିତରେ ହାତକୁ ଦି’ହାତ ହୋଇ ଛୁଆଁରେ ଛୁଆଁରେ ଅନୁଭବ କରୁଥିଲେ ଉଭୟ ଉଭୟଙ୍କୁ। ଖଇ ଆଞ୍ଜୁଳାରେ ବୁଣି ହୋଇଯାଉଥିଲା ସ୍ୱପ୍ନ।

ଏମିତି ଏକ ନିଆରା ପ୍ରେମ ପକ୍ଷୀ ହେଉଛନ୍ତି ସୁଧାଂଶ ଓ ସୁଚିତ୍ର। ନିରାକାରପୁର ଗୋପାଳପୁର ଅଞ୍ଚଳର ସୁଧାଂଶୁ ଓ ବ୍ରହ୍ମଗିରି ଗମ୍ଭାରୀ ଗାଁର ସୁଚିତ୍ରା ଦୁହେଁ ଜନ୍ମରୁ ଶୁଣି ପାରନ୍ତିନି। ଏପରିକି କହିପାରନ୍ତି ନାହିଁ। ସେଥିପାଇଁ ସେମାନଙ୍କ ବାହାଘର ହୋଇପାରୁ ନଥିଲା।

ପରିବାର ଓ ସମାଜସେବୀଙ୍କ ସହଯୋଗରେ ଦୁଇ ଜଣା ହାତକୁ ଦୁଇ ହାତ ହୋଇଛନ୍ତି। ଉଭୟଙ୍କ ବାହାଘର ବାକ୍‌ଦେବୀ ମାଆ ସରସ୍ୱତୀଙ୍କ ପ୍ରିୟ ତିଥି ଶ୍ରୀପଞ୍ଚମୀରେ। ତାହା ପୁଣି ପ୍ରଭୁ ଅଲାରନାଥଙ୍କ ପୀଠରେ। ସକଳ ବାଧା ସତ୍ତ୍ୱେ ଜୀବନ ଅଟକିଲାନି, ବରଂ ଆଗକୁ ବଢ଼ି ଚାଲିଲା ଶାଖା ମେଲିବାର ସ୍ୱପ୍ନ ନେଇ।

Related story