Advertisment

ଗୁଣପୁରର ‘ତଲାରୀ ଯାତ୍ରା’ ଅନନ୍ୟ କାହିଁକି ?

ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁର ରଥଯାତ୍ରା ଉତ୍ସବର ଏକ ଅନନ୍ୟ ପରମ୍ପରା ରହିଛି। ଏଠାରେ ବଡ଼ ରଥକୁ ସାଧାରଣ ଲୋକେ ଟାଣୁଥିବା ବେଳେ ସାନ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। ସମଗ୍ର ଆଦିବାସୀ ଅଞ୍ଚଳ ମଧ୍ୟରୁ କେବଳ ଗୁଣପୁରରେ ଏହି ପରମ୍ପରା ଦେଖିବାକୁ ମିଳିଥାଏ। ଏଥିପାଇଁ ଦକ୍ଷିଣ ଓଡ଼ିଶାରେ ଏହି ରଥର ସ୍ୱତନ୍ତ୍ର ସ୍ଥାନ ରହିଛି। କେବଳ ଏତିକି ନୁହେଁ, ଯାତ୍ରାରେ ‘ତଲାରୀ’ ବଜାରର ପସରା ଦେଖିବାକୁ ମିଳିଥାଏ। ଚାଷ କାର୍ଯ୍ୟରେ ନିର୍ଭର କରୁଥିବା ଆଦିବାସୀ […]

ଗୁଣପୁରର ‘ତଲାରୀ ଯାତ୍ରା’ ଅନନ୍ୟ କାହିଁକି ?

talari

Advertisment

ଗୁଣୁପୁର(ଇନ୍ଦ୍ରଜିତ ପଣ୍ଡା): ରାୟଗଡ଼ା ଜିଲ୍ଲା ଗୁଣପୁର ରଥଯାତ୍ରା ଉତ୍ସବର ଏକ ଅନନ୍ୟ ପରମ୍ପରା ରହିଛି। ଏଠାରେ ବଡ଼ ରଥକୁ ସାଧାରଣ ଲୋକେ ଟାଣୁଥିବା ବେଳେ ସାନ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି। ସମଗ୍ର ଆଦିବାସୀ ଅଞ୍ଚଳ ମଧ୍ୟରୁ କେବଳ ଗୁଣପୁରରେ ଏହି ପରମ୍ପରା ଦେଖିବାକୁ ମିଳିଥାଏ। ଏଥିପାଇଁ ଦକ୍ଷିଣ ଓଡ଼ିଶାରେ ଏହି ରଥର ସ୍ୱତନ୍ତ୍ର ସ୍ଥାନ ରହିଛି। କେବଳ ଏତିକି ନୁହେଁ, ଯାତ୍ରାରେ ‘ତଲାରୀ’ ବଜାରର ପସରା ଦେଖିବାକୁ ମିଳିଥାଏ। ଚାଷ କାର୍ଯ୍ୟରେ ନିର୍ଭର କରୁଥିବା ଆଦିବାସୀ ଲୋକେ ମୁଣ୍ଡ ଘୋଡ଼ାଇବା ଲାଗି ତାଳପତ୍ରରେ ପ୍ରସ୍ତୁତ ତଲାରୀ ଏଠାରୁ କିଣିଥାନ୍ତି। ତେଣୁ ଏହାକୁ ତଲାରୀ ଯାତ୍ରା ମଧ୍ୟ କୁହାଯାଇଥାଏ। କେଉଁ ଆବହମାନ କାଳରୁ ଚାଲି ଆସୁଥିବା ଏହି ଯାତ୍ରାରେ ତଲାରୀ ବିକ୍ରି କରି ବେପାରୀମାନେ ମଧ୍ୟ ବେଶ ଖୁସିଥାନ୍ତି। ତଲାରୀ ବିକ୍ରି କରି ବେପାରୀମାନେ ବେଶ ଦୁଇ ପଇସା ମଧ୍ୟ ରୋଜଗାର କରିଥାନ୍ତି।publive-image

Advertisment

୧୮୦୦ ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଥିବା ଏହି ଅନନ୍ୟ ରଥଯାତ୍ରାରେ ଗୋଟିଏ ପଥରେ ଦୁଇଟି ରଥ ଟଣା ଯାଇଥାଏ। ବଡ଼ ରଥରେ ବଡ଼ମଠର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ବିଜେ କରାଯାଉଥିବା ବେଳେ ସାନ ରଥରେ ସାନ ମଠର ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବିଜେ କରାଯାଇଥାଏ। ୨୦୦ବର୍ଷର ଏହି ପୁରୁଣା ରଥଯାତ୍ରା ଦେଖିବା ଲାଗି ବହୁ ଲୋକଙ୍କ ସମାଗମ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe