ନିଟ୍ ପରୀକ୍ଷା ପାଇଁ ୟୁନିଟ-୧ ହାଟ ସିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଟ୍ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଆସନ୍ତା ୧୩ତାରିଖରେ ୟୁନିଟ-୧ ହାଟକୁ ୬ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛି। ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହାଟ ଭିତର ଓ ବାହାର ସମସ୍ତ ଦୋକାନବଜାର ବନ୍ଦ ରହିବ। ଆଜି ଏନେଇ ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ୟୁନିଟ-୧ ମଦର୍ସ ପବ୍ଲିକ ସ୍କୁଲରେ ନିଟ୍ ପରୀକ୍ଷା କେନ୍ଦ୍ର ହୋଇଥିବାରୁ କରୋନା ସଂକ୍ରମଣକୁ ରୋକିବା ଓ ଜନଗହଳିକୁ ଏଡ଼ାଇବା […]

unit1

Jitendra Garnayak
  • Published: Friday, 11 September 2020
  • , Updated: 11 September 2020, 01:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଟ୍ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଆସନ୍ତା ୧୩ତାରିଖରେ ୟୁନିଟ-୧ ହାଟକୁ ୬ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛି। ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହାଟ ଭିତର ଓ ବାହାର ସମସ୍ତ ଦୋକାନବଜାର ବନ୍ଦ ରହିବ।

ଆଜି ଏନେଇ ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ୟୁନିଟ-୧ ମଦର୍ସ ପବ୍ଲିକ ସ୍କୁଲରେ ନିଟ୍ ପରୀକ୍ଷା କେନ୍ଦ୍ର ହୋଇଥିବାରୁ କରୋନା ସଂକ୍ରମଣକୁ ରୋକିବା ଓ ଜନଗହଳିକୁ ଏଡ଼ାଇବା ନିମନ୍ତେ ବିଏମସି ପକ୍ଷରୁ ୟୁନିଟ-୧ ହାଟର ଉଭୟ ହୋଲସେଲ୍ ଓ ରିଟେଲ୍ ଦୋକାନକୁ ୧୩ତାରିଖ ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଏନେଇ ବିଏମସି ପକ୍ଷରୁ ୟୁନିଟ-୧ସ୍ଥିତ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ, କଂଚା ପରିବା ବ୍ୟବସାୟୀ ମହାସଂଘ ଓ କଂଚା ପରିବାର ମହାଜନ ସଂଘର କର୍ମକର୍ତ୍ତାଙ୍କୁ ଅବଗତ କରାଯାଇଛି।

Related story