କଟକରେ ବୁଲୁଛି ଲମ୍ବା ମୁହଁ ଓ ଲାଞ୍ଜ ଥିବା ଅଜଣା ଜନ୍ତୁ

Ordigital Desk
  • Published: Monday, 11 June 2018
  • , Updated: 11 June 2018, 11:42 AM IST
<p>କଟକ(ପ୍ରଭାତ ବିଷୋୟୀ): କଟକ ସହରରେ ଅଜଣା ଜନ୍ତୁ ଆତଙ୍କ।&nbsp; କଟକ ସୂତାହାଟ ଅଞ୍ଚଳରେ ଏକ ଅଜଣା ଜନ୍ତୁ ଗତ ୩ ଦିନ ଧରି ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଅଜଣା ଜନ୍ତୁ କାହାରିକୁ ଆକ୍ରମଣ କରିନାହିଁ। ହେଲେ କୁକୁଡାଙ୍କୁ ମାରି ଖାଇ ଦେଉଥିବା ଅଭିଯୋଗ ହୋଇଛି।</p> <p>ଗତ ଶୁକ୍ରବାର ଦିନ ଜଣଙ୍କ ଘର ଭିତରକୁ ଏହି ଜନ୍ତୁ ପଶି ଆସିଥିବା ଦେଖି ଲୋକେ ଡରିଯାଇଥିଲେ। ହେଲେ ସେଠାରୁ ସେ ଖସି ପଳାଇ ନିକଟରେ ଥିବା ଜଙ୍ଗଲକୁ ପଳାଇଯାଇଥିଲା। ଲମ୍ବା ମୁହଁ ଓ ଲମ୍ବା ଲାଞ୍ଜ ଥିବା ଏହି ଜନ୍ତୁକୁ ଆଗରୁ କେବେ ଦେଖି ନଥିବା ଲୋକେ କହିଛନ୍ତି।</p>

Related story