ଏଣିକି ମୋବାଇଲରେ ହୋଇପାରିବ ଅସଂରକ୍ଷିତ ଟିକେଟ୍‌ ବୁକିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋବାଇଲ୍‌ରେ ଅସଂରକ୍ଷିତ ଟିକେଟ୍‌ ବୁକିଂ କରାଯାଇପାରିବ। UTS ମୋବାଇଲ ଆପ୍‌ ଜରିଆରେ ଏହି ଟିକେଟ୍ ବୁକିଂ ହୋଇପାରିବ। ଷ୍ଟେସନଠାରୁ ୨୦ ମିଟରରୁ ୨ କିମି ଭିତରେ ଏହି UTS ଅପ୍‌ ଠିକ୍‌ ଭାବେ କାର୍ଯ୍ୟକ୍ଷମ କରିବ। ଏହି ଆପ୍‌ରେ ବୁକିଂ କରାଯାଉଥିବା ଟିକେଟ୍ କ୍ୟାନ୍‌ସଲ କିମ୍ବା ଫେରସ୍ତ ହୋଇପାରିବ ନାହିଁ। ଆଜି ଏହି ଆପ୍‌ର ଶୁଭାରମ୍ଭ କରିଛନ୍ତି ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର ଉମେଶ ସିଂହ। ରେଳ ଯାତ୍ରା କରିବା ପୂର୍ବରୁ ଟିକେଟ୍‌ ପାଇଁ […]

indian-railway

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 06:17 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୋବାଇଲ୍‌ରେ ଅସଂରକ୍ଷିତ ଟିକେଟ୍‌ ବୁକିଂ କରାଯାଇପାରିବ। UTS ମୋବାଇଲ ଆପ୍‌ ଜରିଆରେ ଏହି ଟିକେଟ୍ ବୁକିଂ ହୋଇପାରିବ। ଷ୍ଟେସନଠାରୁ ୨୦ ମିଟରରୁ ୨ କିମି ଭିତରେ ଏହି UTS ଅପ୍‌ ଠିକ୍‌ ଭାବେ କାର୍ଯ୍ୟକ୍ଷମ କରିବ। ଏହି ଆପ୍‌ରେ ବୁକିଂ କରାଯାଉଥିବା ଟିକେଟ୍ କ୍ୟାନ୍‌ସଲ କିମ୍ବା ଫେରସ୍ତ ହୋଇପାରିବ ନାହିଁ। ଆଜି ଏହି ଆପ୍‌ର ଶୁଭାରମ୍ଭ କରିଛନ୍ତି ଇଷ୍ଟକୋଷ୍ଟ ଜେନେରାଲ ମ୍ୟାନେଜର ଉମେଶ ସିଂହ।

ରେଳ ଯାତ୍ରା କରିବା ପୂର୍ବରୁ ଟିକେଟ୍‌ ପାଇଁ ଯାତ୍ରୀଙ୍କୁ କାଉଣ୍ଟରରେ ଦୀର୍ଘ ସମୟ ଧରି ଛିଡ଼ା ହେବାକୁ ପଡ଼ିଥାଏ। ଏପରିକି ବେଳେ ବେଳେ ଟିକେଟ ମିଳିଲା ବେଳକୁ ଟ୍ରେନ୍‌ ଛାଡ଼ି ଦେଉଥିବ। ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଯାତ୍ରୀଙ୍କୁ UTS ଆପ୍‌ ବହୁ ସହାୟତା କରିବ ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Related story