ଏ ପାଣି ଗୁଆଘିଅ ଭଳି, ଫରେନ ଯାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ସୁର ଭାଇଙ୍କୁ କିଏ ବା ନଜାଣେ। ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ। ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ। ବୟସାଧିକ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌। ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯବାନ ଟୋକାଭଳି ସୁସ୍ଥ ରଖିଛନ୍ତି। ତାଙ୍କ ରାଜନୈତିକ ଜୀବନ ଛାଡ଼ି ଆଜି ଆମେ ତାଙ୍କ ଫିଟନେସ୍‌ ମନ୍ତ୍ରର […]

Sura

Tapas Behera
  • Published: Wednesday, 29 July 2020
  • , Updated: 29 July 2020, 06:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ସୁର ଭାଇଙ୍କୁ କିଏ ବା ନଜାଣେ। ମିଡିଆ ଡାର୍ଲିଂ ଭାବେ ପରିଚିତ ସୁରଙ୍କୁ ଆପଣ ସର୍ବଦା ଟିଭିରେ ଦେଖିଥିବେ। ଯାହା କୁହନ୍ତି ଏକଦମ ସିଧା ଓ ରୋକଠୋକ। ବୟସାଧିକ ସତ୍ତ୍ୱେ ରାଜନୀତିରେ ସେ ଯେମିତି ଚଳଚଞ୍ଚଳ ନିଜ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସେ ଫିଟ୍‌। ବାର୍ଦ୍ଧକ୍ୟ ତାଙ୍କୁ ଛୁଇଁଥିଲେ ବି ସେ ନିଜକୁ ଯବାନ ଟୋକାଭଳି ସୁସ୍ଥ ରଖିଛନ୍ତି। ତାଙ୍କ ରାଜନୈତିକ ଜୀବନ ଛାଡ଼ି ଆଜି ଆମେ ତାଙ୍କ ଫିଟନେସ୍‌ ମନ୍ତ୍ରର ଗୋଟିଏ ଦିଗ ଉପରେ କହିବୁ। ତାହା ହେଉଛି ତାଙ୍କ ଗାଧୁଆ।

https://youtu.be/gO3e14rjhdY

ପ୍ରତିଦିନ ତାଙ୍କ ଦିନଚର୍ଯ୍ୟା ମଧ୍ୟରେ ଗାଧୁଆ ବି ଭାରି ସ୍ୱତନ୍ତ୍ର। ଆପଣ ବି ଦେଖିଲେ ଚମକି ପଡ଼ିବେ। ଏ ବୟସରେ ପୂରା ରାଜକୀୟ ଠାଣିରେ ଗାଧୁଆ। ଆଉ ରାଜହଂସ ଭଳି ଜଳକ୍ରୀଡ଼ା। ଭରା ପୋଖରୀରେ ସେ ଜଳହସ୍ତୀ ଭଳି ବୁଡ଼ ପକାନ୍ତି ଆଉ ହଂସ ଭଳି ସନ୍ତରଣ କରନ୍ତି। ଗୁଆଝର ମଠରେ ଥିବା ଏହି ପୋଖରୀ ତାଙ୍କ ପାଇଁ ଓଡ଼ିଶାର ଗଙ୍ଗା । ସେଠାକୁ ଯାଇ ଥରେ ବୁଡ଼ ନ ପକେଇଲେ ତାଙ୍କୁ ଜମାରୁ ଭଲ ଲାଗେନି।

ସୁର ଭାଇଙ୍କ ମତରେ ଗୁଆଝର ପାଣି ହେଉଛି ଗୁଆଘିଅ ଭଳି । ଏ ପାଣି ଖାଣ୍ଟି ପବିତ୍ର । ଏଠୁ ପାଣି ଫରେନକୁ ଯାଏ । ଏହି ମଠର ରକ୍ଷାଣବେକ୍ଷଣ କାମ ସମସ୍ତେ ମିଶି କରଥାନ୍ତି। ଏଠି ଅଲଗା ଅଲଗା ତିନୋଟି ପୁଷ୍କରିଣୀ ରହିଛି । ଏହି ମଠରେ ଯଜ୍ଞ ହୁଏ, ସାଧୁ ସନ୍ଥମାନଙ୍କ ମିଳନ ହୁଏ, ଚନ୍ଦନ ଉତ୍ସବ ସହ ଶୀତଳଶଷ୍ଠୀ ହୁଏ, ନାମ ସଂକୀର୍ତ୍ତନ ମଧ୍ୟ ହୁଏ ବୋଲି ସେ କହିଛନ୍ତି। ତେବେ ଗାଧୋଇବାର ଏସବୁ ଶୈଳୀ ତାଙ୍କ ଫିଟ୍‌ନେସର ସିକ୍ରେଟ୍ ବୋଲି ସୁର ମାନନ୍ତି।

Related story